ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରଖିବାକୁ ବେଡ୍‌ରୁମ୍‌ରେ ଆଜି ହିଁ ରଖନ୍ତୁ ଫେଙ୍ଗ୍‌ସୁଇ ବତକ

ବାସ୍ତୁଶାସ୍ତ୍ରରେ ଏମିତି ଅନେକ କଥା ବର୍ଣ୍ଣିତ ରହିଛି ଯାହାକୁ ଠିକ୍‌ ଭାବେ ପାଳନ କଲେ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ବଜାୟ ରହେ। ବାସ୍ତୁ ଅନୁସାରେ ଘରେ ଫେଙ୍ଗସୁଇର ବତକ ରଖିବା ଅତ୍ୟନ୍ତ ଶୁଭଙ୍କର ହୋଇଥାଏ। ଏହାକୁ ପ୍ରେମର ପ୍ରତୀକ ମଧ୍ୟ କୁହାଯାଏ।

ଫେଙ୍ଗସୁଇର ବତକ ବିଷୟରେ କୁହାଯାଏ ଯେ ଯୋଡ଼ା ମଧ୍ୟରୁ ଗୋଟିଏ ବତକର ମୃତ୍ୟୁ ଘଟିଲେ ସେହି ଦୁଃଖରେ ଅନ୍ୟଟି ମଧ୍ୟ ଭାଙ୍ଗିପଡ଼େ ଓ ଅଧିକ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ ନାହିଁ। ଏଣୁ ଫେଙ୍ଗସୁଇରେ ଏହାକୁ ପ୍ରେମର ପ୍ରତୀକ ଭାବେ ଦର୍ଶାଯାଇଛି।

ବତକ ଯୋଡ଼ାକୁ ଘରେ ରଖିବା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ମଜଭୁତ ହୋଇଥାଏ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ଛୋଟ ମୋଟ କଳହ ଦୂର କରି ପ୍ରେମ ବଜାୟର ରଖିବାରେ ଏହି ବତକ ସାହାଯ୍ୟ କରେ।

ଯାହାର ବିବାହ ହୋଇପାରୁନାହିଁ ସେମାନଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ। ଶୋଇବା ଘରେ ଯୋଡ଼ା ବତକ ରଖିବା ଦ୍ୱାରା ମନଲାଖି ସାଥୀ ମିଳିଥାଏ।

ଫେଙ୍ଗ୍‌ସୁଇ ବତକ ରଖିବା ସ୍ଥାନ:

  • ଫେଙ୍ଗସୁଇ ବତକ କିଣିବା ବେଳେ ମୂର୍ତ୍ତି କିମ୍ବା ପେଣ୍ଟିଂ କିଣନ୍ତୁ।
  • ମୂର୍ତ୍ତି କିଣୁଥିଲେ ସବୁବେଳେ ବତକଙ୍କୁ ଯୋଡ଼ାରେ କିଣନ୍ତୁ।
  • ବତକଙ୍କୁ ରଖିବା ବେଳେ ଧ୍ୟାନ ଦେବେ ଯେମିତି ଉଭୟେ ଉଭୟଙ୍କ ଆଡ଼କୁ ମୁହଁ କରିଥିବେ।
  • ଏହାକୁ ବେଡ୍‌ରୁମ୍‌ରେ ରଖିବା ଅଧିକ ଫାଇଦା ଦେଇଥାଏ। ଯଦି ଆପଣ ସିଙ୍ଗଲ ଅଛନ୍ତି ତେବେ ଏହାକୁ ବେଡ୍‌ କଡ଼ ଟେବୁଲରେ ରଖନ୍ତୁ। ଯଦି ଆପଣ ବିବାହିତ ତେବେ ସ୍ୱାମୀଙ୍କ ପଟେ ରଖନ୍ତୁ।

  • ବତକ ରଖୁଥିବା ସ୍ଥାନକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ତଥା ଆଲୋକ ପଡ଼ୁଥିବା ଭଳି ରଖନ୍ତୁ।
  • ହଳ ମଧ୍ୟରୁ ଯଦି ଗୋଟିଏ ବତକ ଭାଙ୍ଗିଯାଉଛି ତେବେ ଆଉ ଏକ ନୂଆ ଯୋଡ଼ା ଆଣି ରଖନ୍ତୁ। ଗୋଟିଏ ବତକ କୌଣସି ଫାଇଦା ଦେଇନଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.