Below header

‘ବିରାଟ କୋହଲି ହେଉଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ତାନାଜୀ’

ବିରାଟ କୋହଲିଙ୍କୁ ଅଭିନେତା ଅଜୟ ଦେବଗନ୍‌ ଭାରତୀୟ କ୍ରିକେଟ୍‌ ଟିମ୍‌ର ତାନାଜୀ ବୋଲି କହିଛନ୍ତି। ଷ୍ଟାର ସ୍ପୋର୍ଟସ୍‌ର ପ୍ରି ଶୋ ନେରୋଲକ କ୍ରିକେଟ୍‌ ଲାଇଭ୍‌ରେ ଅଜୟ ଓ କାଜୋଲ କ୍ରିକେଟ୍‌ ବିଷୟରେ କଥାବାର୍ତ୍ତା ହୋଇଥିଲେ। ଏ ଅବସରରେ ସେମାନେ କୋହଲିଙ୍କୁ ପ୍ରଶଂସା କରିଥିଲେ।

Image result for tanaji

ଅଜୟ ନିଜ ଆଗାମୀ ଫିଲ୍ମ ‘ତାନାଜୀ: ଦ ଅନ୍‌ସଙ୍ଗ୍‌ ଓ୍ଵାରିୟର’ର ପ୍ରମୋଶନ ଅବସରରେ କହିଥିଲେ ଯେ ବିରାଟ କୋହଲି ଭାରତୀୟ କ୍ରିକେଟ୍‌ ଟିମ୍‌ର ତାନାଜୀ। ସେ ଆତ୍ମବିଶ୍ୱାସୀ, ଆକ୍ରାତ୍ମକ ଓ ଯେକୌଣସି ପରିସ୍ଥିତିରେ ବିଜୟ ହାସଲ କରିପାରୁଥିବା ଖେଳାଳି।

Image result for tanaji kohli

ଏଥିସହ ଅଜୟ ମଧ୍ୟ ଖେଳ ସହ ଜଡ଼ିତ ନିଜର କିଛି ପୁରୁଣା ସ୍ମୃତି ବଖାଣିଥିଲେ। ଅଜୟ ହସି ହସି କହିଥିଲେ ଯେ ମୁଁ ବ୍ୟାଟ୍ସମ୍ୟାନ୍‌ ଥିଲି। ଥରେ କ୍ରିକେଟ୍‌ ଖେଳିବା ବେଳେ ମୋ ଆଙ୍ଗୁଠି ଭାଙ୍ଗିଯାଇଥିଲା ଓ ଏବେ ବି ତାହା ବଙ୍କା ଅଛି ବୋଲି କହିଛନ୍ତି ଅଜୟ।

Image result for tanaji

ସୂଚନାଯୋଗ୍ୟ ଯେ, ଅଜୟ ଦେବଗନ୍‌ଙ୍କ ଅଭିନୀତ ଫିଲ୍ମ ତାନାଜୀ ଚଳିତ ୧୦ ତାରିଖରେ ରିଲିଜ୍‌ ହେବ। ଏହାର ପ୍ରମୋଶନ୍‌ ପାଇଁ ପୂରା ଟିମ୍‌ଙ୍କ ସହ ଅଜୟ ଦେବଗନ୍‌ ଫୁଲ୍‌ଦମ୍‌ରେ ଲାଗିପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.