ଭାଙ୍ଗିଥିବା ନଖକୁ ଯୋଡିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହିସବୁ ଟିପ୍ସ

ଅନେକ ଯୁବତୀ ଲମ୍ବା ନଖ ରଖିବାକୁ ସଉକ ରଖନ୍ତି। କିନ୍ତୁ ଏପରି ଲମ୍ବା ନଖର ଦାୟିତ୍ୱ ନେବା ବହୁତ କଷ୍ଟକର। ଆପଣ ଅନେକ ଥର କୌଣସି ପାର୍ଟି ହେଉ କିମ୍ବା ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନଖକୁ ବଢାଇଥିବା ବେଳେ କୌଣସି କାରଣ ଯୋଗୁଁ ଏହା ଭାଙ୍ଗିଯାଇଥାଏ। ଏହାକୁ ଦେଖି ହୁଏତ ଆପଣଙ୍କ ମନ ବି ଦୁଃଖ ହୋଇପାରେ। ଯଦି ଆପଣ ଭାଙ୍ଗିଥିବା ନଖକୁ ପୁଣିଥରେ ଫିକ୍ସ କରିବାକୁ ଚାହୁଛନ୍ତି, ତେବେ ଆମେ ଆପଣଙ୍କୁ ଆଜି କିଛି ଉପାୟ ଜଣାଇବୁ, ଯାହାଦ୍ୱାରା ଆପଣ ଏହାକୁ ଫିକ୍ସ କରିପାରିବେ..

nail

– ଯଦି ଆପଣଙ୍କ ନଖ ଭାଙ୍ଗି ଯାଇଛି, ତେବେ ପ୍ରଥମେ ଆପଣ ଭାଙ୍ଗିଥିବା ନଖରୁ ଲଗାଇଥିବା ନେଲପଲିସ ଛଡାଇଦିଅନ୍ତୁ।

– ଏବେ ନଖକୁ ଭଲଭାବେ ପାଣିରେ ଧୋଇ ପୋଛିଦିଅନ୍ତୁ। ଯଦି ନଖ ସ୍କିନ ସହିତ ଲାଗିଥାଏ ତେବେ ଡେଟଲ ପାଣିରେ ଫୋଚିଦିଅନ୍ତୁ। ଏବେ ଭାଙ୍ଗିଥିବା ନଖରେ ଟ୍ରାନ୍ସପରଣ୍ଟେ ଜେଲ ନେଲପେଣ୍ଟର ଏକ କୋଟ୍‌ ଲଗାନ୍ତୁ। ଏବେ ଏହା ଶୁଖିବା ଆଗରୁ ହାଲକା ହାତରେ ସଠିକ ଭାବେ ଭାଙ୍ଗିଥିବା ଜାଗାରେ ଫିକ୍ସ କରିଦିଅନ୍ତୁ।

tea

– ଏବେ ଏକ ସିଲ୍କ ର‍୍ୟାପ ନେଇ ତାଙ୍କ ନିଜ ନଖ ଆକାରର ସେପ୍‌ ଦେଇ କାଟନ୍ତୁ। ସିଲ୍କ ର‍୍ୟାପ ନଥିଲେ ଟି ବ୍ୟାଗ୍‌ ନେଇ ତାକୁ ଖାଲି କରି ତା’ର କଭରକୁ ବ୍ୟବହାର କରିପାରିବେ। ଏବେ ଏହାକୁ ଆପଣ ନେଲପେଣ୍ଟ କୋଟ୍‌ ଦେଇ ଲଗାଇଦିଅନ୍ତୁ। ଏହା ଭଲଭାବେ ଲାଗି ସରିବା ପରେ ନଖକୁ ଫାଇଲର ସାହାଯ୍ୟରେ ଭଲଭାବେ ସେପ୍‌ ଦେଇଦିଅନ୍ତୁ। ତା’ ପରେ ନେଲପଲିସ ଲଗାଇଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.