କରୋନା ଭାଇରସରେ ୮ ମେଡିକାଲ ପ୍ରଫେସରଙ୍କ ମୃତ୍ୟୁ, ୧୭୦୦ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ

କରୋନା ମୃତ୍ୟୁସଂଖ୍ୟା ୨୩୬୦ ଛୁଇଁଲା । ପାଖାପାଖି ୭୭ ହଜାର ୭୦୦ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହାସହ ଏହି କରୋନା ଭାଇରସରେ ୮ ମେଡିକାଲ ପ୍ରଫେସରଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୭୦୦ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଛନ୍ତି । କରୋନାରେ ପେଙ୍ଗ ୟିନହୁଆ ନାମକ ଜଣେ କନିଷ୍ଠ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ତାଙ୍କର ବିବାହ ନିର୍ଦ୍ଧାରିତ ହୋଇଥିଲା । ଜାନୁଆରୀ ୨୫ରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ।