ଫୁଟପାଥରେ ଗାଡି ଚଲାଇ ଯାଉଥିବା ଲୋକଙ୍କୁ ଉଚିତ ଶିକ୍ଷା ଦେଉଛନ୍ତି ପୁନେର ଏହି ବୟସ୍କା ମହିଳା, ଦେଖନ୍ତୁ ଏହି ଭିଡ଼ିଓ
ଦେଶର ଅଧିକାଂଶ ସହରରେ ଦୁଇ ଚକିଆ ବାହନ ଚାଳକଙ୍କ ଦ୍ୱାରା ଫୁଟପାଥର ଦୁରୂପଯୋଗ ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏହି କାରଣ ଯୋଗୁଁ ଅନେକ ସମୟରେ ପାଦ ଚଲା ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ସମସ୍ୟା ଠାରୁ ଲୋକଙ୍କୁ ସୁରକ୍ଷା ଦେବା ଏବଂ ଟ୍ରାଫିକ୍ ନିୟମ ନମାନି ଫୁଟପାଥରେ ବାଇକ ଚଲାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି ପୁନେର ଜଣେ ବୟଷ୍କ ମହିଳା। ମହିଳା ଜଣଙ୍କ ଏହାକୁ ରୋକିବା ପାଇଁ ନିଜେ ଫୁଟପାଥକୁ ଓହ୍ଲାଇଛନ୍ତି। କେବଳ ଏତିକି ନୁହେଁ ନିୟମ ଭାଙ୍ଗି ଫୁଟପାଥରେ ଆସୁଥିବା ଲୋକଙ୍କୁ ପାନେ ଦେଉଥିବା ମଧ୍ୟ ନଜର ଆସୁଛନ୍ତି।
ବୟଷ୍କ ମହିଳା ଜଣଙ୍କ ଫୁଟପାଥରେ ଗାଡି ଚଳାଉଥିବା ଚାଳକଙ୍କୁ ଜ୍ଞାନ ଦେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବୟଷ୍କ ମହିଳା ଫୁଟପାଥରେ ଛିଡା ହୋଇଛନ୍ତି ଏବଂ ପାଦ ଚଲା ରାସ୍ତାରୁ ଗାଡି ତଳକୁ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଜଣେ ଚାଳକଙ୍କୁ ସେ ସାମ୍ନା ପଟୁ ଧରି ସେ ଏପରି ନୀତିଶିକ୍ଷା ଦେଲେ ଯେ ସେ ଆପେ ଆପେ ଫୁଟପାଥରୁ ରାସ୍ତାକୁ ଓହ୍ଲାଇଗଲେ।
खबरदार गाडी पुढे आणाल..
पदपथावरून गाड्या नेऊन पादचाऱ्यांना अडथळा अनेक मंडळी करतात. अशांना थांबवायला या #पुणेकर काकूंनी असा शिस्तीचा धडा दिला. त्याची ही झलक #MTPune @ParagKMT @ShreedharLoniMT @shree_brahmeMT @PuneCityPolice @puneintended @CPPuneCity #Pune #punetraffic pic.twitter.com/nIqVtXl7YT— Amit Ruke (@AmitRukeMT) February 20, 2020
video courtesy : Amit Ruke (@AmitRukeMT)
ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳାଙ୍କ ସାଥ୍ ଦେବା ପାଇଁ ଆଉ ଦୁଇ ଜଣ ବୟଷ୍କ ଲୋକ ମଧ୍ୟ ଆସିଗଲେ। ତିନି ଜଣ ଲୋକ ମିଶି ଫୁଟପାଥରେ ଗାଡି ରୋକୁଥିବା ଦେଖିବାକୁ ମିଳୁଛି। ଦୁଇଚକିଆ ବାହନ ଚାଳକଙ୍କୁ ଫୁଟପାଥ ବଦଳରେ ରାସ୍ତାରେ ଯିବା ପାଇଁ ସେମାନେ ଶିକ୍ଷା ଦେଉଛନ୍ତି।