ଲମ୍ବା ସମୟ ଧରି ବଟର ରଖିବାର ଜାଣନ୍ତୁ ସହଜ ଟିପ୍ସ

ଦେଶୀ ଖାଦ୍ୟ ଶରୀର ପାଇଁ ଖୁବ ଉତ୍ତମ ହୋଇଥାଏ । କିନ୍ତୁ ଗାଁ ଅପେକ୍ଷା ସହରମାନଙ୍କରେ ଏହି ଖାଦ୍ୟର ଅଭାବ ଦେଖାଯାଏ । ହାଇବ୍ରିଡ ଖାଦ୍ୟ ସହ ସବୁ ଖାଦ୍ୟ ଏବେ ନକଲି ଭାବେ ମିଳୁଛି । ଯାହା ଶରୀରକୁ ହାନି ପହଞ୍ଚଏ । ତେବେ ଏସବୁ ମଧ୍ୟରେ ଆମେ ଖାଦ୍ୟରେ ତେଲ ଅଧିକ ମାତ୍ରାରେ ବ୍ୟବହାର କରିଥାଉ । ଯଦି ଘରେ ତାହା ପ୍ରସ୍ତୁତ ହୁଏ ତେବେ ଠିକ ଅଛି । କିନ୍ତୁ ଯଦି ବାହାରୁ କିଣାଯାଏ , ଏଥିରେ ଥିବା ନକଲି ଦ୍ରବ୍ୟ ଶରୀରକୁ ଖରାପ ପ୍ରଭାବ ପକାଏ ।

ବିଶେଷ କରି ଦୁଗ୍ଧ ଜାତୀୟ ଖାଦ୍ୟ ଆମେ ଘରେ ତିଆରି କରିଥାଏ । ଯେମିତିକି ଘିଅ, ଲହୁଣୀ, ଛେନା ଓ ଦହି ଆଦି । ତେବେ ଲହୁଣୀ ବା ବଟରକୁ ଆମେ ପରଟା କିମ୍ବା ତାରକାରୀକୁ ସୁଆଦିଆ କରିବା ପାଇଁ ବ୍ୟବହାର କରିଥାଉ । କିନ୍ତୁ ଏହାକୁ ଯଦି ଠିକଭାବେ ଷ୍ଟୋର ନକରାଯାଏ ତେବେ ଏହା ଖୁବ ଶୀଘ୍ର ଖରାପ ହୋଇଯାଏ । ତେବେ ବଳକା ଲହୁଣୀକୁ ଆପଣ ଫ୍ରିଜରେ ୧ରୁ ୨ ମାସ ମଧ୍ୟରେ ରଖିବା ପାଇଁ ଏହିସବୁ ଟିପ୍ସକୁ ଫଲୋ କରନ୍ତୁ ।

– ଆଲୁମିନିୟମ ଫଏଲ ପେପରରେ ଆପଣ ଏହାକୁ ରଖିପାରିବେ । ଏୟାର ଟାଇଟ ଡବାରେ ଏହାକୁ ରଖିଲେ ବେଶି ସମୟ ପର୍ଯ୍ୟନ୍ତ ଷ୍ଟୋର ହୋଇ ରହିଥାଏ ।

– ବ୍ୟବହାର କରିବା ପରେ ଶୀଘ୍ର ଏହାକୁ ଫ୍ରିଜରେ ରଖିଦିଅନ୍ତୁ । କାରଣ ନର୍ମାଲ ତାପମାତ୍ରାରେ ଏଥିରେ ବ୍ୟାକ୍ଟେରିଆ ଲାଗିବାର ସମ୍ଭାବନା ଥାଏ ।

– ଏହାକୁ ଖୋଲାରେ ରଖନ୍ତୁ ନାହିଁ । କାରଣ ଏହାଦ୍ୱାରା ଲହୁଣୀ ତରଳି ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.