ବାସ୍ତୁ ଟିପ୍ସ : ଘରେ ଯଦି ଏହି ଗୋଲାପ ଫୁଲ ଲଗାନ୍ତି ତ ବଦଳିଯାଏ ଭାଗ୍ୟ, ହୋଇଥାଏ ବହୁତ ଶୁଭ

ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରକ ଏକ ପ୍ରାଚୀନ ବିଜ୍ଞାନ ଭାବେ ମାନ୍ୟତା ରହିଛି । ଏହା ଆମ ଜୀବନରେ ବହୁତ କିଛି ପ୍ରଭାବ ପକାଇଥାଏ । ବହୁତ ପରିଶ୍ରମ ଓ ପ୍ରଚେଷ୍ଟା ସତ୍ତ୍ୱେ ଯଦି ଆମେ କୌଣସି କାମରେ ସଫଳତା ପାଉନାହାଁନ୍ତି, ତେବେ ଘରେ କିଛି ନା କିଛି ବାସ୍ତୁ ଦୋଷ ରହିଛି । ତେଣୁ ବାସ୍ତୁ ସମ୍ପର୍କରେ ଜାଣିବା ନିହାତି ଜରୁରୀ ହୋଇଥାଏ |

ଘରେ ଯଦି କଷ୍ଟ, ଆର୍ଥିକ ଅସୁବିଧା, ଶାରିରୀକ ପିଡା ଓ ରୋଗ ଆଦି ଲଗାତାର ଲାଗି ରହୁଥାଏ । ତେବେ ଘରେ ବାସ୍ତୁ ଅନୁସାରେ କିଛି ଗଛ ଲଗାନ୍ତୁ ଯାହାଦ୍ୱାରା ଆପଣଙ୍କ ଅସୁବିଧା ଦୂର ହେବ । ଆଜି ଆମେ ଆପଣଙ୍କୁ ବାସ୍ତୁ ବିଷୟରେ କିଛି କହିବୁ ଯେଉଁ ଗଛକୁ ଘରେ ଲଗାଇବା ଦ୍ୱାରା ସକରାତ୍ମକ ପ୍ରଭାବ ପଡିବା ସହ ଅର୍ଥ ଓ ମାନ ସମ୍ମାନ ବୃଦ୍ଧି ଘଟିବ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଫୁଲର ସମ୍ପର୍କ ଘରର ସୁନ୍ଦରତା ସହିତ ଜୀବନର ସୌଭାଗ୍ୟ ସହ ଜଡିତ ରହିଥାଏ । ଏମିତି ହେଉଛି ଗୋଲାପ ଫୁଲ । ଆସନ୍ତୁ ଜାଣିବା ଏହାକୁ ଘରେ ଲଗାଇବାର ଫାଇଦା ।
rose
photo : abplive.com
ଗୋଲାପ ଫୁଲ ଘରେ ଲଗାଇବାର ଫାଇଦା

୧. ଗୋଲାପ ଫୁଲକୁ ଫୁଲର ରାଣି ବୋଲି କୁହାଯାଏ । ଗୋଲାପୀ ରଂଗର ଗୋଲାପ, ପ୍ରେମ ଓ ସୌନ୍ଦର୍ଯ୍ୟର ପ୍ରତୀକ ହୋଇଥାଏ । ପରିବାରରେ ମତାନ୍ତର ଦୂର କରିବାକୁ ହେଲେ ଘରେ ଗୋଲାପ ଫୁଲର ଗଛ ଲଗାଇବା ବହୁତ ଲାଭକାରୀ ହୋଇଥାଏ ।

୨. ଯୁବକ-ଯୁବତୀଙ୍କ ବିବାହରେ ବାଧା ସୃଷ୍ଟି ହେଉଥିଲେ ଗୋଲପ ଫୁଲ ବା ପେଣ୍ଟିଂ ଡ୍ରଇଂ ରୁମରେ ଲଗାନ୍ତୁ । ମାନ୍ୟତା ଯେ ଖୁବ ଶୀଘ୍ର ବିବାହ ଯୋଗ ବନିଥାଏ । ଆପଣଙ୍କୁ ମନ ମୁତାବକ ଜୀବନସାଥୀ ମିଳିଥାଏ ।

୩. ସୁଖୀ ଜୀବନ ପାଇଁ ଗୋଲାପ ଫୁଲର ଗଛ ଦକ୍ଷିଣ-ପଶ୍ଚିମ ଦିଗର କୋଣରେ ଲଗାନ୍ତୁ । ଏହାଦ୍ୱାରା ସମ୍ପନ୍ନତା ଆସିଥାଏ ଓ ଘରକୁ ଧନ ଆଗମନର ରାସ୍ତା ଖୋଲିଥାଏ । ସମୃଦ୍ଧିର ପ୍ରବେଶ ହୋଇଥାଏ ।

୪. ଗୋଲାପ ଗଛ ଘରକୁ ଖରାପ ଶକ୍ତି ପ୍ରବେଶ କରିବାକୁ ଦେଇ ନଥାଏ । ଏହି ଗଛ ସବୁ ନେଗେଟିଭ ଶକ୍ତିକୁ ଦୂର କରିଥାଏ ।

୫. ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହେଉଥିଲେ ବା ମନ ମିଶୁନଥିଲେ ଗୋଲାପ ଗଛ ବେହରୁମରେ ଲଗାଇବା ଦରକାର । ଏହାର ପେଣ୍ଟିଂ ବି ବେଡରୁମରେ ଲଗାଇ ପାରିବେ । ଏହାଦ୍ୱାରା ଦାମ୍ପତ୍ୟ ଜୀବନରେର ମଧୁରତା ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.