Below header

ଘରେ ଲଗାନ୍ତୁ ଏହିସବୁ ଗଛ, ଦୂର ହେବ ଆର୍ଥିକ ସଙ୍କଟ

ବାସ୍ତୁଶାସ୍ତ୍ରରେ ବୃକ୍ଷର ମହତ୍ୱପୂର୍ଣ୍ଣ ଭୂମିକା ରହିଥାଏ | କୁହାଯାଏ ଏପରି କିଛି ବୃକ୍ଷ ଘରେ ସକାରାତ୍ମକତା ସୃଷ୍ଟି କରିଥିବା ବେଳେ କିଛି ବୃକ୍ଷ ଘରେ ନକାରାତ୍ମକତା ସୃଷ୍ଟି କରିଥାଏ | ସେହିଭଳି ଏପରି କିଛି ଗଛ ରହିଛି, ଯାହାକୁ ଘରେ ରଖିବା ଦ୍ୱାରା ଅନେକ ପ୍ରକାର ବାସ୍ତୁ ଦୋଷ ଦୂର ହୋଇଥାଏ | ତେବେ ଆଜି ଆସନ୍ତୁ ଜାଣିବା ଘରେ କେଉଁ ଗଛ ରଖିବା ଦ୍ୱାରା ସକାରାତ୍ମକ ଭାବନା ସୃଷ୍ଟି ହେବା ସହ ଆର୍ଥିକ ସ୍ଥିତି ସୃଦୁଢ ରହିଥାଏ |

ନିମ୍ବ ଗଛ : ଘରେ ନିମ୍ବ ଗଛ ଲଗାଇବା ଶୁଭ ବୋଲି କୁହାଯାଇଥାଏ | ନିମ୍ବରେ ପ୍ରଚୁର ପରିମାଣରେ ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଫଙ୍ଗଲ ଗୁଣ ରହିଥାଏ, ଯାହା ଅନେକ ପ୍ରକାର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ | ସେହିପରି ଘରୁ ମଶା ଦୂର କରିବା ପାଇଁ ମଧ୍ୟ ନିମ୍ବପତ୍ର ଧୂଆଁ ଦିଆଯାଇଥାଏ |

ୟୁକେଲପଟାସ ଗଛ : ୟୁକେଲପଟାସ ଗଛ ଘରେ ସକାରାତ୍ମକତା ସୃଷ୍ଟି କରିବା ସହ ଘରର ପରିବେଶ ସତେଜ ରଖିଥାଏ | ଏହି ଗଛ ଘରେ ଲଗାଇବା ଦ୍ୱାରା ମାଛି, ମଶା ଏବଂ ପୋକ ଦେଖାଯାଇନଥାନ୍ତି |

ତୁଳସୀ ଗଛ : ସାଧାରଣତଃ ସମସ୍ତଙ୍କ ଘରେ ତୁଳସୀ ଗଛ ପୂଜା କରାଯାଇଥାଏ | ଏହି ବୃକ୍ଷକୁ ଘରେ ରଖିବା ଦ୍ୱାରା ମା ଲକ୍ଷ୍ମୀ ଏବଂ ଭଗବାନ ନାରାୟଣଙ୍କ କୃପା ପ୍ରାପ୍ତ ହୋଇଥାଏ | ଏଥିସହ ତୁଳସୀ ଗଛ ଘରେ ରହିବା ଦ୍ୱାରା ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ |

ଲେମନ ଗ୍ରାସ ଗଛ : ଏହି ଗଛ ବିଶେଷ ରୂପେ ଘରୁ ମାଛି ଦୂର କରିବାରେ ସାହାଯ୍ୟ କରିଥାଏ | ଏଥିସହ ଏହି ଗଛକୁ ଘରେ ଲଗାଇବା ଏବଂ ଏହାର ଚା’ ପିଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.