Below header

ଶୀତଦିନେ ରାତିରେ ମୋଜା ପିନ୍ଧି ଶୋଇଲେ ମିଳିଥାଏ ଏହି ୫ଟି ଫାଇଦା, ଜାଣନ୍ତୁ କ’ଣ

କେତେ ଲୋକଙ୍କ କହିବା ହେଲା, ରାତିରେ ଶୋଇବା ସମୟରେ ମୋଜା ପିନ୍ଧି ଶୋଇବା ଉଚିତ ନୁହେଁ। କିନ୍ତୁ ତଥାପି କିଛି ଲୋକ ମୋଜା ପିନ୍ଧି ଶୋଇଥାନ୍ତି। ତେବେ କ’ଣ ଆପଣଙ୍କୁ ଜଣାଅଛି କି, ମୋଜା ପିନ୍ଧି ଶୋଇବାରେ ନା କେବଳ ପାଦର ଦୁର୍ଗନ୍ଧ ଦୂର ହୋଇଥାଏ, ବରଂ ଏହାଦ୍ୱାରା ଆହୁରି ବି ଅନେକ ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା ମୋଜା ପିନ୍ଧି ଶୋଇଲେ କେଉଁ କେଉଁ ଫାଇଦା ମିଳିଥାଏ।

socks

୧. ଗୋଡ଼ ଫାଟେ ନାହିଁ: ଯଦି ଆପଣଙ୍କ ଗୋଡ଼ ଅଧିକ ଫାଟୁଛି, ତେବେ ଆପଣ କିଛି ଦିନ ପର୍ଯ୍ୟନ୍ତ ମୋଜା ପିନ୍ଧି ଶୁଅନ୍ତୁ।

୨. ପାଦ ଗରମ ରହିଥାଏ: ଶୀତ ଦିନେ ପାଦ ପ୍ରାୟତଃ ଥଣ୍ଡା ରହିଥାଏ। କିନ୍ତୁ ମୋଜା ପିନ୍ଧି ଶୋଇଲେ ପାଦ ସବୁବେଳେ ଗରମ ରହିଥାଏ।

୩. ଝାଳରୁ ଛୁଟକାରା: ଯଦି ଆପଣଙ୍କ ପାଦରୁ ଅଧିକ ଝାଳ ବାହାରୁଛି, ତା’ହେଲେ ମୋଜା ପିନ୍ଧି ଶୋଇବା ଲାଭଦାୟକ ହୋଇଥାଏ।

socks3

୪. ସଂକ୍ରମଣ ହୁଏନାହିଁ: ମୋଜା ପିନ୍ଧି ଶୋଇଲେ ପାଦ ଅପରିଷ୍କାର ଏବଂ ବ୍ୟାକ୍ଟେରିଆରୁ ସମ୍ପୂର୍ଣ୍ଣ ଫ୍ରି ରହିଥାଏ। ଏହାସହିତ ଆପଣଙ୍କ ଗୋଡ଼ ମଧ୍ୟ ଅନେକ ସଂକ୍ରମଣରୁ ରକ୍ଷା ପାଇଥାଏ।

୫. ଗୋଡ଼/ପାଦ ଯନ୍ତ୍ରଣା ଦୂର: ଗୋଡ଼ ଶରୀରର ପୂରା ଓଜନ ସମ୍ଭାଳିଥାଏ, ଯେଉଁ କାରଣରୁ ଅନେକ ସମୟରେ ଯନ୍ତ୍ରଣା ହୋଇଥାଏ। ମୋଜା ପିନ୍ଧି ଶୋଇଲେ ଏଥିରୁ ଆରାମ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.