ଓଜନ କମାଇବାରେ ସାହାଯ୍ୟ କରିଥାଏ ଜୀରା, ଜାଣନ୍ତୁ କିପରି

ଜୀରା ସ୍ବାସ୍ଥ୍ୟ ପାଇଁ ଏକ ଭଲ ବିକଳ୍ପ ଅଟେ। ଏହା ଓଜନ କମାଇବାରେ ଖୁବ୍ ସାହାୟକ ହୋଇଥାଏ। ନିୟମିତ ଜୀରା ସେବନ କଲେ ପେଟ କମିବା ସହ ଶରୀରର ଓଜନ ମଧ୍ୟ କମିବାରେ ହୋଇଥାଏ। ଏହା ବ୍ୟତୀତ ଜୀରା ଶରୀରରେ ମେଟାବାଲିକ ରେଟ ଏବଂ ପାଚନ ପକ୍ରିୟା ବୃଦ୍ଧି କରି କ୍ୟାଲୋରୀ ସୃଷ୍ଟି କରିଥାଏ। ଜୀରାରେ ଭିଟାମିନ, କ୍ୟାଲସିୟମ, ମାଙ୍ଗାନିଜ, କପର, ଆଇରନ ଭଳି ଅନେକ ପୋଷକ ତତ୍ତ୍ବ ରହିଥାଏ, ଯାହା ଓଜନ ନିୟନ୍ତ୍ରଣ କରିବାରେ ଖୁବ ସହାୟକ ହୋଇଥାଏ।

ଜାଣନ୍ତୁ ଜୀରା କେଉଁ ପକ୍ରିୟାରେ ଓଜନ କମାଇବାରେ ସାହାଯ୍ୟ କରିଥାଏ:

jeera waterଜୀରା ଶରୀରରେ ଅତିରିକ୍ତି କ୍ୟାଲୋରୀ ହାସ୍ର କରିବା ସହ ମୋଟାପଣ ମଧ୍ୟ ଦୂର କରିଥାଏ। ଏଥିରେ ଭରପୁର ପରିମାଣର ପୋଷକ ତତ୍ତ୍ବ ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଥିବା କାରଣରୁ ଏହା ଶରୀରରେ ମେଟାବାଲିଜମ୍ ବଢାଇବା ସହ ଓଜନ ହ୍ରାସ କରିଥାଏ।

କିପରି କରିବେ ପ୍ରସ୍ତୁତ

ଓଜନ କମ କରିବା ପାଇଁ ଲେମ୍ବୁ ଏବଂ ଅଦା ସହ ଜୀରା ସେବନ କରିବା ସବୁଠାରୁ ଭଲ ଉପାୟ। ଅଦା ଏବଂ ଲେମ୍ବୁ ଜୀରା ସହ ମିଶି ଶରୀରରେ ଓଜନ କମାଇବାର କ୍ଷମତା ବୃଦ୍ଧି କରିଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଅଳ୍ପ କିଛି ପାଣିରେ ଅଦାକୁ ସିଝାଇ ଦିଅନ୍ତୁ ତାପରେ ସେଥିରେ ଲେମ୍ବୁ ଏବଂ ଜୀରା ମିଶାଇ ସେବନ କରନ୍ତୁ। ଏହା ଆପଣଙ୍କ ଶରୀରର ଓଜନ ତୁରନ୍ତ କମାଇବାରେ ସାହାଯ୍ୟ କରିଥାଏ।

jeera-ଦହି ସହ ଜୀରା ଗୁଣ୍ଡ ମିଶାଇ ସେବନ କରନ୍ତୁ

ଆପଣ ଓଜନ କମାଇବା ପାଇଁ ବିଭିନ୍ନ ପ୍ରକାର ଜୀରା ସେବନ କରିପାରିବେ। ପ୍ରତ୍ୟେକ ଦିନ ୫ ଗ୍ରାମ ଦହି ସହିତ ଏକ ଚାମଚ ଜୀରା ପାଉଡର ମିଶାଇ ସେବନ କରନ୍ତୁ। ଏପରି ସେବନ କରିବା ଦ୍ବାରା ଶରୀରର ମୋଟାପଣ ଜଲଦି ଦୂର ହୋଇଥାଏ।

ଜୀରା ପାଣୀ ଏବଂ ମହୁ

ଜୀରା ପାଣୀ ଏବଂ ମହୁରେ ପୋଟାସିୟମ, କପର ଏବଂ ଫସଫରସ ରହିଥାଏ, ଯାହା ଶରୀରରେ ଥିବା ଅତ୍ୟଧିକ ଚର୍ବି ହାସ୍ର କରିବାରେ ସାହାଯ୍ୟ କରିଥାଏ। ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଜୀରା ପାଣୀରେ ଏକ ଚାମଚ ମହୁ ମିଶାଇ ସେବନ କରିବା ଦ୍ବାରା ଆପଣ ଶରୀରରେ ଏହାର ପ୍ରଭାବ ନିଶ୍ଚିନ୍ତ ଦେଖିବାକୁ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.