ଶୀଘ୍ର ଓଜନ କମ କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ପାଣି ପିଇବାର ସଠିକ୍‌ ପଦ୍ଧତି, ମିଳିବ ତୁରନ୍ତ ଲାଭ

ଯଦି ଆପଣ ପ୍ରତିଦିନ ସଠିକ୍‌ ପରିମାଣରେ ପାଣି ପିଇବେ ତାହେଲେ ଆପଣ ଅନେକ ରୋଗରୁ ମୁକ୍ତି ପାଇବେ । ଏହା ସହ ଅନେକ ଲୋକ ଅଛନ୍ତି ଯେଉଁମାନେ ପାଣି ପିଇବା ସମୟରେ ଅନେକ ଭୁଲ କରନ୍ତି । ଯେଉଁ କାରଣରୁ ସେହି ଲୋକମାନେ ଅଜାଣତରେ ଅନେକ ରୋଗକୁ ସାମ୍ନା କରିଥାନ୍ତି, ଏବଂ ଓଜନ ମଧ୍ୟ ବଢିଥାଏ ।

ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଯଦି ଆପଣ ପାଣି ପିଇବାର ସଠିକ୍ ଉପାୟ ଜାଣିଛନ୍ତି, ତେବେ ଏହା ଆପଣଙ୍କ ଓଜନ କମ କରିବାରେ ଅନେକ ସାହାଯ୍ୟକାରୀ ହୋଇପାରେ । ତେବେ ଆପଣମାନେ ତ ଜାଣିଥିବେ ଯେ ଅନେକ ଲୋକ ଅଛନ୍ତି ଯେଉଁମାନେ ପାଣି ପିଇବାର ସଠିକ୍ ଉପାୟ ଜାଣି ନାହାଁନ୍ତି, ଯେଉଁ କାରଣରୁ ସେମାନେ ମୋଟାପଣର ଶିକାର ହୁଅନ୍ତି ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଯୋଗୁ ସେମାନେ ଅନେକ ସମୟରେ ଅସୁବିଧାରେ ପଡିଥାନ୍ତି ।

ତେବେ କିଛି ସୂଚନା ମୁତାବକ, ଯଦି ଆପଣ ପ୍ରତିଦିନ ସଠିକ୍‌ ପରିମାଣରେ ପାଣି ପିଇବେ ତାହେଲେ ଆପଣ ଅନେକ ରୋଗରୁ ମୁକ୍ତି ପାଇବେ । ଏହା ସହ ଅନେକ ଲୋକ ଅଛନ୍ତି ଯେଉଁମାନେ ପାଣି ପିଇବା ସମୟରେ ଅନେକ ଭୁଲ କରନ୍ତି । ଯେଉଁ କାରଣରୁ ସେହି ଲୋକମାନେ ଅଜାଣତରେ ଅନେକ ରୋଗକୁ ସାମ୍ନା କରିଥାନ୍ତି, ଏବଂ ଓଜନ ମଧ୍ୟ ବଢିଥାଏ ।

ପାଣି ପିଇବାର ସଠିକ୍ ଉପାୟ ହେଉଛି ସର୍ବପ୍ରଥମେ ଖାଦ୍ୟ ଖାଇବା ସମୟରେ ଭୁଲରେ ପାଣି ପିଅନ୍ତୁ ନାହିଁ । ଏହା ପେଟରେ ଖାଦ୍ୟକୁ ସଠିକ୍ ଭାବରେ ହଜମ କରାଇନଥାଏ, ଯାହା କୋଷ୍ଠକାଠିନ୍ୟ ଭଳି ସମସ୍ୟା ସୃଷ୍ଟି କରିଥାଏ । ଏହା ବ୍ୟତୀତ ଏହା ଓଜନ ବଢିବା ଏବଂ ମୋଟାପଣର କାରଣ ହୋଇଥାଏ । ତେବେ ଆପଣ ଖାଦ୍ୟ ଖାଇବାର ୧ ଘଣ୍ଟା ପୂର୍ବରୁ ଅତିକମରେ ଦୁଇ ଗ୍ଲାସ୍‌ ଉଷୁମ ପାଣି ପିଇବା ଉଚିତ୍ ।

ଏହା ବ୍ୟତୀତ, ଖାଦ୍ୟ ଖାଇବା ପରେ, ପ୍ରାୟ ଦେଢ ଘଣ୍ଟା ପରେ ଦୁଇ ଗ୍ଲାସ୍ ଉଷୁମ ପାଣି ପିଇବା ଉଚିତ୍ । ଏହା ଶରୀରକୁ ଡିଟକ୍ସାଇଫ କରିଥାଏ ଏବଂ ଦେଢ ଘଣ୍ଟା ମଧ୍ୟରେ ଖାଦ୍ୟ ଭଲ ଭାବରେ ହଜମ ହୋଇଯିବ । ଯେଉଁ କାରଣରୁ ମୋଟାପଣ କିମ୍ବା କୋଷ୍ଠକାଠିନ୍ୟ ଭଳି କୌଣସି ଅସୁବିଧା ହେବ ନାହିଁ ।

ସୂଚନା ମୁତାବକ, ବୟସ୍କ ଲୋକମାନେ ଦିନରେ ଅତି କମରେ ୮ ରୁ ୧୦ ଗ୍ଲାସ୍‌ ପାଣି ପିଇବା ଉଚିତ୍ । ଏହା ଶରୀରକୁ ହାଇଡ୍ରେଟ୍ ରଖିବ ଏବଂ ମୁଣ୍ଡବିନ୍ଧା କିମ୍ବା ଚିଡ୍‌ଚିଡା ଭଳି ସମସ୍ୟା ସୃଷ୍ଟି କରିବ ନାହିଁ । ତେବେ ଚେହେରାରେ ଚମକ ଆଣିବା ପାଇଁ ସକାଳେ ୨ ଗ୍ଲାସ୍ ଉଷୁମ ପାଣି ପିଅନ୍ତୁ । ଯଦି ଆପଣ ଚାହିଁବେ ଏଥିରେ କିଛି ମହୁ ଏବଂ ଲେମ୍ବୁ ମିଶାଇ ପାରିବେ । ଏହା ଚେହେରା ପାଇଁ ଭଲ କାମ କରେ ।

ପାଣି ପିଇବାବେଳେ ବସିକି ପାଣି ପିଅନ୍ତୁ , କାରଣ ଛିଡା ହୋଇଥିବା ସମୟରେ ପାଣି ପିଇବା ଦ୍ୱାରା ପାଣି ସିଧାସଳଖ ଶିରା ଭିତରକୁ ଯାଏ, ଯାହା ଦ୍ୱାରା ଆଣ୍ଠୁରେ ଯନ୍ତ୍ରଣା କିମ୍ବା ସ୍ନାୟୁ ଯନ୍ତ୍ରଣା ହୋଇପାରେ । ଏଥିସହ ପାଣି ପିଇବା ସମୟରେ ଥରେ ଥରେ ଗୋଟିଏ ଗୋଟିଏ ସିପ୍ ପାଣି ପିଅନ୍ତୁ । ଅନେକ ଥର ଲୋକମାନେ ଗୋଟିଏ ଥରରେ ଗୋଟିଏ ଗ୍ଲାସ୍ ପାଣି ପିଅନ୍ତି । ଯାହା ଅତ୍ୟନ୍ତ ଖରାପ ଅଭ୍ୟାସ ହୋଇଥାଏ । ଏହା ହାର୍ଟ ଉପରେ ପ୍ରଭାବ ପକାଇଥାଏ । ଗୋଟିଏ ସିପ୍ ପାଣି ପିଇବା ଦ୍ୱାରା ପର୍ଯ୍ୟାପ୍ତ ପରିମାଣର ପାଣି ଆପଣଙ୍କ ସମଗ୍ର ଶରୀରକୁ ଯାଇ ଶରୀରକୁ ଡିଟକ୍ସାଇଫ କରିଥାଏ । ସେଥିପାଇଁ ସଠିକ୍‌ ପରିମାଣରେ ପାଣି ପିଇବା ଉଚିତ, ଯାହାଦ୍ୱାରା ଆପଣ ସୁସ୍ଥ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.