ଦେଖାଦେଲେ ରାମଲାଲା, ସାମ୍ନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତିର ଫଟୋ

ଦେଖାଦେଲେ ରାମଲାଲା । ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଇବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ସମ୍ପୂର୍ଣ୍ଣ ଫଟୋ । ଏହି ଫଟୋରେ ରାମଲାଲାଙ୍କର ସମ୍ପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ପଷ୍ଟ ଭାବରେ ନଜର ଆସୁଛି ।

ଦେଖାଦେଲେ ରାମଲାଲା । ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଇବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ସମ୍ପୂର୍ଣ୍ଣ ଫଟୋ । ଏହି ଫଟୋରେ ରାମଲାଲାଙ୍କର ସମ୍ପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ପଷ୍ଟ ଭାବରେ ନଜର ଆସୁଛି । ତେବେ ଗୁରୁବାର ଯେତେବେଳେ ରାମଲାଲାଙ୍କୁ ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯାଇଥିଲା, ସେହି ସମୟରେ ତାଙ୍କ ମୂର୍ତ୍ତି ଉପରେ କପଡ଼ା ଢଙ୍କାଯାଇଥିଲା ଏବଂ ଭଗବାନଙ୍କ ଆଖିରେ ପଟି ପଡ଼ିଥିଲା ।

ଜାନୁୟାରୀ ୨୨ରେ ପ୍ରାଣ ପ୍ରତିଷ୍ଠା ହେବ । ଗୁରୁବାର ରାମଲାଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ପ୍ରବେଶ କରାଯାଇଥିଲା । କାରିଗରମାନେ ମୂର୍ତ୍ତିକୁ ଆସନ ଉପରେ ବିରାଜମାନ କରାଇଥିଲେ । ଏହି ପ୍ରକ୍ରିୟାରେ ୪ ଘଣ୍ଟା ସମୟ ଲାଗିଥିଲା । ଭଗବାନ ରାମ ବାଳକ ରୂପେ ମନ୍ଦିରରେ ପୂଜା ପାଇବେ । ଦେଶର ପ୍ରସିଦ୍ଧ ମୂର୍ତ୍ତି କାରିଗର ଅରୁଣ ଯୋଗୀରାଜ ଏହି ମୂର୍ତ୍ତି ନିର୍ମାଣ କରିଛନ୍ତି । ଯୋଗୀରାଜଙ୍କ ଦ୍ୱାରା ତିଆରି ୫୧ ଇଞ୍ଚର ରାମଲାଲାଙ୍କ ମୂର୍ତ୍ତିର ସମ୍ପୂର୍ଣ୍ଣ ଫଟୋ ଏବେ ସାମ୍ନାକୁ ଆସିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.