ଲୁଟୁଛି ମିଛେଇ ଦୀପା, ସୁନ୍ଦରୀ ଝିଅଙ୍କ ଫଟୋ ଦେଇ ପୁଅଙ୍କୁ ମାରୁଥିଲେ ଚୁନା

ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍ । ସୁନ୍ଦରୀ ଝିଅଙ୍କ ଫଟୋ ଦେଇ ପୁଅଙ୍କୁ ମାରୁଥିଲେ ଚୁନା । ଏମିତି ଜଣେ ସାଇବର ଅପରାଧୀକୁ ଧରିଛି ପୋଲିସ ।

ଭୁବନେଶ୍ବର : ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍ । ସୁନ୍ଦରୀ ଝିଅଙ୍କ ଫଟୋ ଦେଇ ପୁଅଙ୍କୁ ମାରୁଥିଲେ ଚୁନା । ଏମିତି ଜଣେ ସାଇବର ଅପରାଧୀକୁ ଧରିଛି ପୋଲିସ । ଅଭିଯୁକ୍ତର ନାଁ ନୃସିଂହ ପ୍ରଧାନ । ହେଲେ ସ୍ତ୍ରୀ ଦୀପା ପ୍ରଧାନଙ୍କ ନାଁରେ ଆକାଉଣ୍ଟ କରି ଲୁଟୁଥିଲେ ।

ମାଟ୍ରିମୋନି ସାଇଟରେ ମ୍ୟାଚ ହେଉଥିବା ପୁଅଙ୍କୁ ବିଭିନ୍ନ ଆଳ ଦେଖାଇ ଟଙ୍କା ମାଗୁଥିଲେ । ଏମିତି ଭୁବନେଶ୍ବରର ମାନସ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କଠୁ ପ୍ରାୟ ୩ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଅଭିଯୁକ୍ତ ନୃସିଂହ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ୍ । ତା ନିକଟରୁ ୧ ଲକ୍ଷ ୬୧ ହଜାର ଟଙ୍କା ଏବଂ ସିମ୍ କାର୍ଡ ଜବତ ହୋଇଛି। ତେବେ ଆଉ କେତେ ଠକେଇ ହୋଇଛି ସେ ନେଇ ମାଟ୍ରିମୋନି ସାଇଟ୍ କୁ ଚିଠି ଲେଖିଛି ପୋଲିସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.