ଗାଁରେ ମିଳୁଛି ସହରି ପାର୍କ ଖୁସି, ସନ୍ଧ୍ୟା ହେଲେ ଲାଗୁଛି ଲୋକଙ୍କ ପ୍ରବଳ ଭିଡ଼

ଗାଁ ପାର୍କରେ ମିଳୁଛି ସହରି ଖୁସି । ଲୋକଙ୍କ ମନମୋହୁଛି ନୟାଗଡ ଜିଲ୍ଲା ରାଜସୁନାଖଳା ପଞ୍ଚାୟତର କୋଟଗଡ଼ ପାର୍କ । ପାର୍କରେ ପ୍ରକୃତିର ସମ୍ଭାର । ପାର୍କରେ ରହିଛି ଝରଣା, ସୁନ୍ଦର ବଗିଚା, ପ୍ରତ୍ତିମୂର୍ତ୍ତି । ପାହାଡ ଉପରୁ କୁଳୁକୁଳୁ ନାଦ ଦେଇ ଝରୁଛି ଝରଣା ।

ଗାଁ ପାର୍କରେ ମିଳୁଛି ସହରି ଖୁସି । ଲୋକଙ୍କ ମନମୋହୁଛି ନୟାଗଡ ଜିଲ୍ଲା ରାଜସୁନାଖଳା ପଞ୍ଚାୟତର କୋଟଗଡ଼ ପାର୍କ । ପାର୍କରେ ପ୍ରକୃତିର ସମ୍ଭାର । ପାର୍କରେ ରହିଛି ଝରଣା, ସୁନ୍ଦର ବଗିଚା, ପ୍ରତ୍ତିମୂର୍ତ୍ତି । ପାହାଡ ଉପରୁ କୁଳୁକୁଳୁ ନାଦ ଦେଇ ଝରୁଛି ଝରଣା । ପରିସରକୁ ରଙ୍ଗିନ କରୁଛି ଭଳିକି ଭଳି ଲାଇଟ୍ ଓ ଫୁଲଗଛ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବିଶାଳ ପ୍ରତ୍ତିମୂର୍ତ୍ତି । ପାର୍କ ଭିତରେ ରହିଛି ଏକ ସୁନ୍ଦର ଟାୱାର । ଏହି ଉପରକୁ ଯାଇ ଦେଖିଲେ ପାହାଡିଆ ପ୍ରାକୃତିକ ସୌନ୍ଦର୍ଯ୍ୟର ବେଶ ମନୋରମ ଦୃଶ୍ୟ ଦେଖିବାକୁ ମିଳେ ।

ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତରେ ରହିଛି କୋଟଗଡ ପାର୍କ । ଛୋଟ ଛୋଟ ପିଲା ଖେଳିବା ପାଇଁ ମଧ୍ୟ ଦୋଳି, ସୁଇମିଙ୍ଗ ପୁଲ, ଝୁଲଣା ଆଦି ଲାଗିଛି । ଏଠାରେ ଯୁବକ, ମହିଳା ଏବଂ ବୟସ୍କ ବ୍ୟକ୍ତିଙ୍କ ପାଇଁ ବ୍ୟୟାମର ମଧ୍ୟ ସୁବିଧା ରହିଛି । ଏହି ପାର୍କର ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ଦୂର ଦୁରାନ୍ତରୁ ଲୋକ ମାନେ ପାର୍କକୁ ବୁଲିବାକୁ ଆସୁଛନ୍ତି । ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ପିକନିକ ପାଇଁ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼ ।

ଏହି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ କୋଟଗଡ ପକ୍ଷରୁ ୪ଟି ଶିତତାପ ନିୟନ୍ତ୍ରଣ କଟେଜ ରହିଛି । ଏଠି ରାତିରେ ରହିବାକୁ ଚାହୁଁଥିଲେ ଆଗୁଆ ବୁକିଂ କରିବାକୁ ପଡିଥାଏ । ପରିବାର ସହ ଆସି ବୁଲିବାର ବେଶ ମଜା ନେଇଥାନ୍ତି ପର୍ଯ୍ୟଟକ । ଏଠି ସେଲ୍ଫି ପଏଣ୍ଟ ଓ ପାର୍କରେ ଫୋଟ ନେବାର ନିଆରା ମଜା ରହିଛି । ଦିନେ ପାର୍କ ନିର୍ମାଣ ହୋଇଥିବା ସ୍ଥାନଟି ଅନାବନା ଗୋଚର ଏବଂ ଘଞ୍ଚ ଜଙ୍ଗଲରେ ପଡିରହି ଥିଲା । ନିକଟସ୍ଥ ବିନୋଦପଡ଼ା ଗ୍ରାମର ଉଦୀୟମାନ ହେମନ୍ତ କୁମାର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହି ସୁନ୍ଦର ପାର୍କ ନିର୍ମାଣ ହୋଇଛି ।

ଦୀର୍ଘ ଦଶବର୍ଷ ଅକ୍ଲାନ୍ତ ପରିଶ୍ରମ କରି ଏକ ସୁନ୍ଦର ପାର୍କ ନିର୍ମାଣ କରିଛନ୍ତି । ଏଥିପାଇଁ ମଧ୍ୟ ଅନେକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥିଲା । ହେମନ୍ତଙ୍କ କହିବା କଥା ଗାଁ ଗହଳି ଲୋକ ମାନେ ସହର ଯାଇ ପାର୍କ ବୁଲିବା ସମ୍ଭବ ହୋଇ ପାରୁନି ତେଣୁ କିଭଳି ଏଠିକାର ଲୋକ ମାନେ ଗାଁରେ ସହର ଠାରୁ ସମସ୍ତ ସୁବିଧା ସହ ସୁନ୍ଦର ପାର୍କରେ ବୁଲି ପାରିବେ ସେ ନେଇ ଏଭଳି ପ୍ରୟାସ କରିଛନ୍ତି । ଏହି ପାର୍କର ଭାଗ୍ୟ ବଦଳିଛି । ଏଠାରେ ସୌନ୍ଦର୍ଯ୍ୟକରଣ କାମ ସାଙ୍ଗକୁ ବ୍ୟାପକ ସାଜସଜ୍ଜା ମଧ୍ୟ କରାଯାଇଛି । ଏହି ସୁନ୍ଦର ପାର୍କକୁ ଥରୁଟିଏ ପରିବାର ସହ ବୁଲି ଆସିବା ପାଇଁ ହାତଠାରି ଡାକୁଛି ଏହି ପାର୍କ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.