ରାତିରେ ମା ପାଖରେ ଶୋଇଥିଲା ୧୦ ମାସର ଶିଶୁ, ସକାଳୁ ମା କୋଳରେ ନଥିଲା ତା ସନ୍ତାନ

ରାତିରେ ନିଜ ୧୦ମାସର ସନ୍ତାନକୁ ଧରି ଜଣେ ମା କେଡ଼େ ଖୁସିରେ ଶୋଇଥିଲା ହେଲେ ସକାଳ ହେଲା ବେଳକୁ ତା ସହ ଏପରି କିଛି ଘଟିଯିବ ତାହା ସେ କେବେ ସ୍ୱପ୍ନରେ ସେ ଭାବିନଥିଲେ । କାଳ ରାତିରେ ଏପରି ବିଡ଼ମ୍ବନା ତାଙ୍କ ସହ ଘଟିଯିବ ଆଉ ତା କୋଳରୁ ତା ପିଲା ଚାଲିଯିବ ଏକଥାକୁ ଜଣେ ମା ବିଶ୍ୱାସ କରିପାରୁନି । କାରଣ ଭୋରୁ ଭୋରୁ ତା କୋଳରୁ ପିଲାକୁ ଜଣେ ମହିଳା ଚୋରାଇ ନେଇଛି । ଆଉ ସେ ଚୋରାଇ ନେବାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି । ତେବେ ଏଭଳି ଘଟଣା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ।

କିଏ କୋଉଠି ଅଛ ଦୌଡ଼ିଆସ…ଦୌଡ଼ିଆସ …ସକାଳୁ ସକାଳୁ ରାସ୍ତାକଡ଼ରୁ ଶୁଭିଥିଲା ଏପରି ଶଦ୍ଦ । ଜଣେ ମାର କାନ୍ଦ ଚିତ୍କାରରେ ଫାଟି ପଡ଼ିଥିଲା ପୂରା ଅଞ୍ଚଳ । ଆଉ ଯିଏ ଯେଉଁଠି ଯାହା କାମ କରୁଥିଲେ ସବୁ ଛାଡ଼ି ସଙ୍ଗେ ସଙ୍ଗେ ଏହି ମହିଳାଙ୍କ ପାଖକୁ ଧାଇଁ ଆସିଥିଲେ । କାରଣ ଏହି ମହିଳା ଜଣକ ତାର ସନ୍ତାନକୁ ହରାଇ କାନ୍ଦୁଥିଲେ ।

ରାତିରେ ନିଜ ୧୦ମାସର ସନ୍ତାନକୁ ଧରି ଜଣେ ମା କେଡ଼େ ଖୁସିରେ ଶୋଇଥିଲା ହେଲେ ସକାଳ ହେଲା ବେଳକୁ ତା ସହ ଏପରି କିଛି ଘଟିଯିବ ତାହା ସେ କେବେ ସ୍ୱପ୍ନରେ ସେ ଭାବିନଥିଲେ । କାଳ ରାତିରେ ଏପରି ବିଡ଼ମ୍ବନା ତାଙ୍କ ସହ ଘଟିଯିବ ଆଉ ତା କୋଳରୁ ତା ପିଲା ଚାଲିଯିବ ଏକଥାକୁ ଜଣେ ମା ବିଶ୍ୱାସ କରିପାରୁନି । କାରଣ ଭୋରୁ ଭୋରୁ ତା କୋଳରୁ ପିଲାକୁ ଜଣେ ମହିଳା ଚୋରାଇ ନେଇଛି । ଆଉ ସେ ଚୋରାଇ ନେବାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି । ତେବେ ଏଭଳି ଘଟଣା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ।

ଗଞ୍ଜାମ ଖଲ୍ଲିକୋଟ ବସଷ୍ଟାଣ୍ଡରେ ମା’ କୋଳରୁ ପିଲା ଚୋରି ହୋଇଥିବା ଅଭିଯୋଗ ହୋଇଛି । ରାତିରେ ପିଲାଟି ମା ପାଖରେ ଶୋଇଥିବା ବେଳେ ପିଲାକୁ ନେଇଗଲା ଆଉ ଜଣେ ମହିଳା । ଆଜି ସକାଳେ ପିଲା ନଥିଲା । ଖଲ୍ଲିକୋଟ ବାଣିଆ ଗାଁର ଜଣେ ମହିଳା ତାଙ୍କ ମାଆଙ୍କ ସହ ନିଜର ୧୦ ମାସର ଶିଶୁପୁତ୍ରକୁ ଧରି ଗତ କିଛି ଦିନ ହେଲା ଖଲ୍ଲିକୋଟ ବସଷ୍ଟାଣ୍ଡରେ ଥିବା ଏକ ଲୁଗା ଦୋକାନ ବାରଣ୍ଡାରେ ରାତିରେ ବିଶ୍ରାମ ନେଉଥିଲେ । ମଙ୍ଗଳବାର ରାତିରେ ଶୋଇବା ପରେ ସକାଳୁ ଉଠି ଦେଖିବା ବେଳକୁ ଶିଶୁପୁତ୍ର ନ ଥିଲା ।

ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ଖବର ପାଇ ଖଲ୍ଲିକୋଟ ଥାନା ଏସ ଆଇ ପିଙ୍କିନି ପଟ୍ଟନାୟକ ପହଞ୍ଚି ଦୋକାନର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଯେଉଁଥିରେ ତାଙ୍କ ନିକଟରେ ଶୋଇଥିବା ଆଉ ଜଣେ ମହିଳା ପିଲାଟିକୁ କାନ୍ଧରେ ପକାଇ ଭୋର ୫.୨୦ ସମୟରେ ନେଇ ରାସ୍ତାରେ ଯାଉଥିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଏହାପରେ ପିଲାଟିକୁ ଉଦ୍ଧାର କରିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି । ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ପହଞ୍ଚି ଖଲ୍ଲିକୋଟରୁ ଆସିକା ରାସ୍ତାରେ ଥିବା ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି । ପିଲା ଚୋରି କରିଥିବା ମହିଳା ଜଣକ ଭଞ୍ଜନଗର ଅଞ୍ଚଳର ବୋଲି ପୋଲିସ ଜାଣିବାକୁ ପାଇଛି । ତେବେ ଖୁବଶୀଘ୍ର ଶିଶୁପୁତ୍ରକୁ ଉଦ୍ଧାର କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଏପଟେ ଛୁଆକୁ ନପାଇ କାନ୍ଦି କାନ୍ଦି ଚେତା ହରାଉଛି ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.