ଧଳା ଜୋତା ମଇଳା ହୋଇଯାଇଥିଲେ ଆଉ ଚିନ୍ତା ନାହିଁ, ଏହି ଉପାୟରେ ଫେରାଇ ଆଣନ୍ତୁ ଚମକ

ଧଳା ସ୍ନିକର ଓ ଜୋତା ଆଜିକାଲି ଟ୍ରେଣ୍ଡ୍‌ରେ ରହିଛି। ଖରାଦିନେ ସବୁ ଧଳା ଜିନିଷ ପିନ୍ଧିବାକୁ ଭଲ ଲାଗେ। କେବଳ ଷ୍ଟାଇଲ୍‌ ପାଇଁ ନୁହେଁ, ସ୍କୁଲକୁ ବି ପିଲାମାନେ ଧଳା ଜୋତା ପିନ୍ଧି ଯାଇଥାନ୍ତି। ଧଳା ଜୋତା ପିନ୍ଧିବାକୁ ଯେତେ ସୁନ୍ଦର ଲାଗେ, ଏହାକୁ ଚମକାଇବା ସେତେ ମୁସ୍କିଲ ହୋଇଥାଏ। ଥରେ ଧଳା ଜୋତା ମଇଳା ହେଲେ ଏହାକୁ ପୂର୍ବ ଭଳି ଚମକାଇବା ଅସମ୍ଭବ ହୋଇ ପଡ଼େ। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ, ଯାହାକୁ ଆପଣାଇ ଆପଣ ଧଳା ଜୋତାକୁ ପୁଣିଥରେ ଚମକାଇ ପାରିବେ।

ଧଳା ଜୋତା ଓ ସ୍ନିକର୍ସ ଚମକାଇବାର ସହଜ ଉପାୟ:

ଟୁଥ୍‌ ପେଷ୍ଟ:

ଦାନ୍ତକୁ ଚମକାଉଥିବା ଟୁଥ୍‌ ପେଷ୍ଟ ଏବେ ଆପଣଙ୍କ ଧଳା ଜୋତାକୁ ବି ଚମକାଇବ। ଏଥିପାଇଁ ପ୍ରଥମେ ଜୋତାକୁ ଓଦା କନାରେ ପୋଛି ଦିଅନ୍ତୁ। ଏବେ ଦାଗ ଜାଗାରେ ଟୁଥ୍‌ ପେଷ୍ଟ ଲଗାଇ ଦିଅନ୍ତୁ। ଏବେ ଟୁଥ୍‌ ପେଷ୍ଟ ବ୍ରସ୍‌ରେ ଜୋତାକୁ ଚମକାନ୍ତୁ। ଧ୍ୟାନ ରଖିବେ ଜୋତା ଚମକାଇବା ପାଇଁ ଜେଲ୍‌ ଯୁକ୍ତ ଟୁଥ୍‌ ପେଷ୍ଟ ଯେମିତି ବ୍ୟବହାର ନ କରନ୍ତି।

ଭିନେଗାର ଓ ବେକିଂ ସୋଡ଼ା:

ଭିନେଗାର ଓ ବେକିଂ ସୋଡ଼ାରେ ଜୋତା ସଫା କଲେ, ଏହା ପୂର୍ବ ଭଳି ଚମକିଥାଏ। ଏଥିସହ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଯୋଗୁ ଜୋତାରୁ ଗନ୍ଧ ବି ଦୂର ହୋଇଥାଏ। ଏଥିପାଇଁ ଅଧ କପ୍‌ ଭିନେଗାରରେ ଏକ ଚତୁର୍ଥାଂଶ ବେକିଂ ସୋଡ଼ା ମିଶାନ୍ତୁ। ଏହି ମିଶ୍ରଣକୁ ଜୋତାରେ ରଗଡ଼ନ୍ତୁ। ଅଧ ଘଣ୍ଟା ଯାଏଁ ଜୋତାଙ୍କୁ ଶୁଖାନ୍ତୁ ଓ ପୁଣିଥରେ ଧୋଇ ଦିଅନ୍ତୁ। ଦେଖିବେ ଜୋତା କେମିତି ଚମକୁଛି।

White shoe2

ନେଲ ପଲିସ ରିମୁଭର:

ଧଳା ସ୍ନିକରକୁ ଚମକାଇବା ପାଇଁ ନେଲ ରିମୁଭର ବେଶ୍‌ କାମରେ ଆସେ। ନେଲ ପଲିସ ରିମୁଭରକୁ ତୁଳାରେ ଲଗାଇ ସ୍ନିକରର ଦାଗ ହୋଇଥିବା ଜାଗାରେ ଘଷନ୍ତୁ। ଏହାକୁ ୨ ମିନିଟ୍‌ ଘଷିଲେ ସ୍ନିକରରୁ ଦାଗ ଛାଡ଼ିଯିବ। ଏହା ପରେ ଏହାକୁ ସାବୁନରେ ଧୋଇ ଦିଅନ୍ତୁ। ଦେଖିବେ ଜୋତା ପୂର୍ବ ଭଳି ଚମକିବ।

ଲେମ୍ବୁ ରସ:

ଲେମ୍ବୁ ରସରେ ସାଇଟ୍ରିକ ଏସିଡ୍‌ ରହିଥାଏ। ଏହା ଧଳା ସ୍ନିକର୍ସକୁ ଭଲ ଭାବେ ସଫା କରିଦିଏ। ଏଥିସହ ଲେମ୍ବୁ ଜୋତାର ଦୁର୍ଗନ୍ଧକୁ ବି ଦୂର କରେ। ଧଳା ଜୋତାକୁ ପରିଷ୍କାର କରିବା ପାଇଁ ଲେମ୍ବୁ ରସକୁ ଥଣ୍ଡା ପାଣିରେ ମିଶାଇ ଦିଅନ୍ତୁ। ଏବେ ଏହି ଲେମ୍ବୁ ପାଣିରେ ଏକ କପଡ଼ା ବୁଡ଼ାଇ ତାହାକୁ ଦାଗ ହୋଇଥିବା ଜାଗାରେ ଘଷନ୍ତୁ। ଏହା ଦ୍ୱାରା ଜୋତା ଚମକିବ ଓ ସବୁ ଦାଗ ବି ଲିଭିଯିବ।

Also Read: କୁକୁର ଦେହରେ ଗୁଡ଼ାଇ ହୋଇ ଗିଳିବାକୁ ଚେଷ୍ଟା କରୁଛି ଅଜଗର, ଭିଡିଓ ଦେଖିଲେ ଛାତି ଥରିଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.