କୁକୁର ଦେହରେ ଗୁଡ଼ାଇ ହୋଇ ଗିଳିବାକୁ ଚେଷ୍ଟା କରୁଛି ଅଜଗର, ଭିଡିଓ ଦେଖିଲେ ଛାତି ଥରିଯିବ

ଅଜଗର ଏକ ଭୟଙ୍କର ଜୀବ। ସେ ଯାହାକୁ ନିଜ ଶିକାର ବନାଇବାକୁ ଚାହେଁ ତା’ ବଞ୍ଚିବା ଏକ ପ୍ରକାରର ଅସମ୍ଭବ କହିଲେ ଚଳେ। ସୋସିଆଲ ମିଡିଆରେ ପ୍ରାୟତଃ ଅଜଗରର ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଅଜଗରର ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଭାଇରାଲ ହେଉଥିବା ଭିଡିଓରେ ଅଜଗର ଏକ କୁକୁରକୁ ନିଜ ଶିକାର ବନାଇବାକୁ ଚେଷ୍ଟା କରୁଛି। ବିରାଟକାୟ ଅଜଗର କୁକୁରଟିକୁ ସମ୍ପୂର୍ଣ୍ଣ ଭାବେ ନିଜ କବ୍ଜାକୁ ନେଇ ଯାଇଛି। କୁକୁରଟି ଚାହିଁ କି ବି ଅଜଗରର ଗୁଡ଼ା ଭିତରୁ ବାହାରି ପାରୁନାହିଁ। ଅଜଗରଟି କୁକୁରକୁ ଗିଳିବାକୁ ପୂରା ଚେଷ୍ଟା କରୁଛି। କୁକୁର ବି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। କିନ୍ତୁ ବିଶାଳ ଅଜଗର ଆଗରେ କୁକୁରର ବଳ କାମ କରୁନାହିଁ। ଏହି ସମୟରେ ୩ ଜଣ ପିଲା କୁକୁର ପାଇଁ ଦେବଦୂତ ସାଜି ଆସି ତାକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଛି।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ ଅଜଗର ଏକ କୁକୁର ଦେହରେ ସମ୍ପୂର୍ଣ୍ଣ ଗୁଡ଼ାଇ ହୋଇ ତାକୁ ଗିଳିବାକୁ ଚେଷ୍ଟା କରୁଛି। କୁକୁରଟି ନିଜକୁ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରୁଛି। କିନ୍ତୁ ଅଜଗର ସାମ୍ନାରେ ତାର ବଳ ପାଉ ନାହିଁ। କୁକୁରଟି ସଂଘର୍ଷ କରୁଥିବା ବେଳେ ପାଖରେ ଥିବା ୩ ଜଣ ପିଲାଙ୍କ ନଜର ପଡ଼ିଛି। ସେମାନେ କୁକୁରରୁ ବଞ୍ଚାଇବା ପାଇଁ ଲାଗିପଡ଼ିଛନ୍ତି। ଗୋଟେ ପିଲା ହାତରେ ପଥର ଧରି ଅଜଗରକୁ ଫିଙ୍ଗୁ ଥିବା ବେଳେ ଆଉ ଜଣେ ଏକ ବାଡ଼ିରେ ପିଟୁଛି। କଳା ପୋଷାକ ପିନ୍ଧିଥିବା ବ୍ୟକ୍ତି ଜଣକ କୁକୁରକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଉଛି। ସେ କୁକୁରର ଜୀବନ ବଞ୍ଚାଇବାକୁ ଅଜଗରର ମୁହଁକୁ ହାତରେ ଧରି ପକାଇ ତାକୁ ଟାଣି ଆଣୁଛନ୍ତି।ଫଳରେ କୁକୁର ଟିର ଜୀବନ ବଞ୍ଚିଯାଉଛି।

ଦେଖନ୍ତୁ ଭିଡିଓ:

ସୋସିଆଲ ମିଡିଆରେ ଇନ୍‌ଷ୍ଟାଗ୍ରାମ୍‌ରେ beauty.wildlifee ଆକାଉଣ୍ଟରେ ଏହି ଭିଡିଓ ସେୟାର କରାଯାଇଛି। ଭିଡିଓଟି ଏବେ ଖୁବ୍‌ ଭାଇରାଲ ହେଉଛି। ଏହି ୩ ଜଣ ପିଲାଙ୍କ ସାହସିକତା ଯୋଗୁ ହିଁ କୁକୁରଟିର ଜୀବନ ବଞ୍ଚିଯାଇଥିବାରୁ ସମସ୍ତେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଭିଡିଓଟିରେ କୁକୁରଟି ସମ୍ପୂର୍ଣ୍ଣ ଭାବେ ଡରିଯାଇଛି। ଆଉ ଯଦି ୨ ମିନିଟ୍‌ ବିଳମ୍ବ ହୋଇଥାନ୍ତା, ତେବେ ଅଜଗରଟି ସମ୍ପୂର୍ଣ୍ଣ ଭାବେ କୁକୁରକୁ ନିଜ କବ୍‌ଜାକୁ ନେଇ ଗିଳି ଦେଇଥାନ୍ତା। କିନ୍ତୁ ପିଲାଙ୍କ ଯୋଗୁ ହିଁ ନୀରିହ କୁକୁରର ଜୀବନ ବଞ୍ଚିଯାଇଛି।

Also Read: ହସ୍ପିଟାଲରେ ଏମିତି ଦୁରବସ୍ଥା! ନବଜାତ ଶିଶୁର ଗୋଡ଼ ହାତକୁ କାମୁଡ଼ି କଣା କରିଦେଇଛି ମୂଷା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.