ଗୋବର୍ଦ୍ଧନ ପୂଜାରେ କାହିଁକି ଖାଆନ୍ତି ଦହି ଭାତ, ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ସହ ରହିଛି କି ସମ୍ପର୍କ

ଭାରତରେ ପୂଜାପାର୍ବଣ ଋତୁ ଓ ଖାଦ୍ୟ ସହ ଜଡିତ । ବିଭିନ୍ନ ପର୍ବରେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥର ପ୍ରସ୍ତୁତ ହୋଇଥାଏ । ଯେପରି ଦଶହରାରେ ମଣ୍ଡା ଓ ଦୀପାବଳିରେ ମିଠାଇ । ସେପରି ଦୀପାବଳି ପରଦିନ ଖିଆଯାଇଥାଏ ଦହି ଭାତ । କାରଣ ଗୋବର୍ଦ୍ଧନ ପୂଜା ଦୀପାବଳି ପରଦିନ ପଡୁଥିବାରୁ ଦହି ଭାତ(କଡି ଭାତ) ଖିଆଯାଇଥାଏ ।

kadhi chawal.JPG-0

ଜାଣନ୍ତୁ ଦହି ଭାତ ଖାଇବାର ମହତ୍ତ୍ୱ

ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜା ହୋଇଥାଏ । ଏହି ଦିନ ଲୋକେ ଗୋ ସମ୍ପଦ ଓ ପ୍ରକୃତିକୁ ପୂଜା କରିଥାନ୍ତି । ଭଗବାନଙ୍କୁ ଦହି ଭାତ ଭୋଗ ଲଗାଇଥାନ୍ତି । ଗୋବର୍ଦ୍ଧନ ପୂଜାରେ ଦହି ଭାତ ଖାଇବାର ଦୁଇଟି କାରଣ ରହିଛି ।

kadhi chawal

– ପ୍ରଥମ ମହତ୍ତ୍ୱ ହେଲା ଦ୍ୱାପର ଯୁଗରେ ଗୋକୁଳବାସୀଙ୍କୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତ ଉଠାଇଥିଲେ । ଏଥିସହିତ ଶ୍ରୀକୃଷ୍ଣ ଗୋଧନ ଓ ପ୍ରକୃତି ସମ୍ପର୍କରେ ଲୋକଙ୍କୁ କହିଥିଲେ । ଏଥିପାଇଁ ଏହିଦିନ ଶ୍ରୀକୃଷ୍ଣଙ୍କୁ ଦହିରେ ତିଆରି ଭାତ ଭୋଗ ଲଗାଯାଇଥାଏ ।
– ଦ୍ୱିତୀୟ ମହତ୍ତ୍ୱ ହେଲା ଦହିରେ ପ୍ରସ୍ତୁତି ଭାତ ଶରୀର ପାଇଁ ବେଶ୍‌ ଲାଭଦାୟକ । ଭଗବାନଙ୍କୁ ଭୋଗ ଲଗାଇବା ପରେ ଭଲ ସ୍ୱାସ୍ଥ୍ୟ କାମନା କରି ପୂରା ପରିବାର ଦହି ଭାତ ଖାଇଥାନ୍ତି ।

kadhi chawal.JPG-1

ଦହି ଭାତ ଖାଇବାର ମିଳିଥାଏ ଏହିସବୁ ଫାଇଦା

– ଏଥିରେ ପ୍ରୋଟିନ, କ୍ୟାଲ୍‌ସିୟମ୍‌ ଓ ଫସଫରସ ଅଧିକ ମାତ୍ରରେ ଥିବାରୁ ସ୍ୱାସ୍ଥ୍ୟ ବର୍ଦ୍ଧକ ଅଟେ ।
– ଏହାକୁ କଢ଼ାରେ ତିଆରି କରାଯାଉଥିବାରୁ ଏଥିରେ ଆଇରନ୍‌ ଭରପୁର ରହିଥାଏ । ଯାହାକି ଶରୀର ପାଇଁ ଲାଭଦାୟକ ହୋଇଥାଏ  – ଏଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ପାଇଁ ଏହା ଶରୀରରେ ବହୁ ରୋଗ ନଷ୍ଟ କରିଥାଏ ଓ ଶରୀରକୁ ଭିତରୁ ମଜଭୁତ କରିଥାଏ ।
– ପେଟରେ ଥିବା ବହୁ ସଂକ୍ରମଣକୁ ରୋକିଥାଏ । ଏଥି ସହିତ ଓଠରେ ପଡୁଥିବା ଛାଲକୁ ମଧ୍ୟ ଭଲ କରିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.