ପୁଅମାନଙ୍କର ଏହି ସବୁ ଗୁଣ ପ୍ରତି ଝିଅମାନେ ହୋଇଥାନ୍ତି ଆକର୍ଷିତ

କୌଣସିବି, ସଂପର୍କରେ ମହିଳା ଏବଂ ପୁରୁଷ ଉଭୟ ଉଭୟଙ୍କ ପ୍ରତି ଆକର୍ଷିତ ହେବା ଜରୁରୀ ହୋଇଥାଏ । ସର୍ବଦା କୁହାଯାଇଥାଏ କି ପୁରୁଷମାନଙ୍କୁ ମହିଳାମାନଙ୍କର ସୁନ୍ଦରତା ଏବଂ ଡ୍ରେସିଙ୍ଗ ପ୍ରତି ଆକର୍ଷିତ କରିଥାଏ । କିନ୍ତୁ ଆପଣ କ’ଣ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି ଝିଅମାନେ ପୁଅମାନଙ୍କର କେଉଁ କଥା ଉପରେ ଅଧିକ ଆକର୍ଷିତ ହୋଇଥାନ୍ତି । ଆସନ୍ତୁ ଜାଣିବା,

ଏହି ପରି କରନ୍ତୁ ଝିଅମାନଙ୍କୁ ଆକର୍ଷିତ :

• ଆପଣ କ’ଣ କରିବାକୁ ଚାହୁଁଛନ୍ତି ଏବଂ କ’ଣ କରିବେ ସେ ବିଷୟରେ ଝିଅମାନଙ୍କୁ ଜଣାନ୍ତୁ ନାହିଁ । ତାଙ୍କୁ ସମୟ ସମୟରେ ସରପ୍ରାଇଜ୍ ଦେବାକୁ ବିଲକୁଲବି ଭୁଲନ୍ତୁ ନାହିଁ । ଏହା ଦ୍ବାରା ସେ ନିଜ ଠାରୁ ଅଧିକ ଆପଣଙ୍କ ଆଡକୁ ଆକର୍ଷିତ ହେବା ଅନୁଭବ କରିବେ । ନିଜ ଭିତରେ ଏବଂ ଆପଣଙ୍କ ସାଥୀଙ୍କ ଭିତରେ କିଛି ସ୍ପେସ୍ ରଖନ୍ତୁ ଏପରି କରିବା ଦ୍ବାରା ସେ ଆପଣ ଉପସ୍ଥିତକୁ ଠିକ୍ ଭାବେ ବୁଝିପାରିବେ ।

• ଝିଅମାନଙ୍କୁ ସାହାସି ପୁଅମାନେ ଖୁବ୍ ପସନ୍ଦ ଆସିଥାନ୍ତି । ସବୁ ଝିଅ ଚାହିଁଥାନ୍ତି ତାଙ୍କ ସାଥୀ ଖୁବ୍ ସାହାସୀ ହୋଇଥାନ୍ତୁ । ଯେମିତି ଦରକାର ସମୟରେ ତାଙ୍କୁ ଦୁନିଆ ପାଖରୁ କୌଣସି ଖରାପ ସମୟରୁ ରକ୍ଷା କରିପାରିବେ । ନିଜ ଭାବନାକୁ ସର୍ବଦା ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ଏହି ପରି କରିବା ଦ୍ବାରା ଆପଣ ଝିଅମାନଙ୍କୁ ଅଧିକ ସାହାସି ଲାଗିବେ ।

ଆହୁରି ପଢନ୍ତୁ : ନିଜ ଜୋତାର ନଂରୁ ଜାଣନ୍ତୁ ନିଜର ବ୍ଯକ୍ତିତ୍ବ

love

• ସବୁବେଳେ ଲୋକମାନେ ସେହି ଜିନିଷ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଯାହା ସହଜରେ ମିଳି ନଥାଏ । ଯଦି ଆପଣ କାହାକୁ ଏହି ପରି ଚାହୁଁଛନ୍ତି ତେବେ ଦୂରତା ରଖନ୍ତୁ ।

• ପ୍ରଥମ ଦେଖାରେ ନିଜ ବିଷୟରେ ଅଧିକା ସୂଚନା ଦେବା ଉଚିତ୍ ନୁହେଁ । ଯଦି କିଛି ସେୟାର କରିବାକୁ ଚାହୁଁଛନ୍ତି ତେବେ ଅଳ୍ପ କିଛି ଆପଣଙ୍କ ବିଷୟରେ କହିପାରନ୍ତି । ଏହା କରିବା ଦ୍ବାରା ଝିଅମାନଙ୍କୁର ଇଚ୍ଛା ଆପଣଙ୍କ ଉପରୁ ଉଠିଯାଇପାରେ ।

• ସର୍ବଦା ଝିଅମାନେ ପୁଅମାନଙ୍କ ବିଷୟରେ ଜାଣିବା ଏବଂ ବୁଝିବା ପାଇଁ ପୁଅମାନଙ୍କ ଚେହେରାର ଭାବକୁ ପଢିବାକୁ ଚେଷ୍ଟା କରିଥାନ୍ତି । ତେଣୁ ନିଜେ ଆଗୁଆ କିହିବାକୁ ବିଲକୁଲବି ଚେଷ୍ଟା କରନ୍ତୁ ନାହିଁ ଆପଣ କ’ଣ କହିବାକୁ ଚାହୁଁଛନ୍ତି ।

• ଝିଅମାନଙ୍କୁ ମଜାକିଆ ପୁଅମାନେ ଖୁବ୍ ପସନ୍ଦ ଲାଗିଥାନ୍ତି । ଯଦି ଆପଣଙ୍କ ପାଖରେ ଏହି କଳା ରହିଛି ତେବେ ଆପଣ ଚୁଟକିରେ କୌଣସିବି ଝିଅଙ୍କୁ ନିଜ ଆଡକୁ ଆକର୍ଷିତ କରାଇପାରିବାରେ ସଫଳ ହୋଇପରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.