ଜାଣନ୍ତିକି ଏକା ଜୀବନ ବିତାଉଥିବା ମହିଳାଙ୍କ ଠାରେ ଉଚ୍ଚ ରକ୍ତଚାପରେ ଶିକାର ହେବା ଆଶଙ୍କା ୨୮ ପ୍ରତିଶତ ଅଧିକ ଥାଏ

ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା ଓ ଅନିୟମିତ ଖାଦ୍ୟପେୟ କାରଣରୁ ସାଧାରଣ ଜୀବନଯାତ୍ରାରେ ରୋଗ ଏକ ମୁଖ୍ୟ ଭୂମିକା ନେବାକୁ ବସିଲାଣି । ଏହି ସମସ୍ୟା ତ ଆଜିକାଲି ଅତି ସାଧାରଣ ପାଲଟି ବାକୁ ବସିଲାଣି । କିନ୍ତୁ ବିଶେଷଜ୍ଞ ମାନଙ୍କ ଦ୍ୱାରା ସଦ୍ୟ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ, ହାଇ ବ୍ଲଡ଼ ପ୍ରେସର ସମସ୍ୟା ଏକା ଏକା ଜୀବନ ବିତେଉ ଥିବା ମହିଳାଙ୍କ ଠାରେ ଅଧିକ ସଂଖ୍ୟାରେ ଦେଖାଦେଉଛି । ତେବେ ଆସନ୍ତୁ ଜାଣିବା ବିବାହ ଓ ହାଇବ୍ଲଡ଼ ପ୍ରେସର ମଧ୍ୟରେ ଥିବା ସମ୍ବନ୍ଧ ବିଷୟରେ । ନିକଟରେ କାନାଡ଼ାରେ ବସବାସ କରୁଥିବା ୪୫ ରୁ ୮୫ ବୟସ ମଧ୍ୟର ୨୮ ହଜାର ୨୩୮ ପୁରୁଷ-ମହିଳାଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଏହି ଅଧ୍ୟୟନରୁ ଜଣାଯାଇଛିକି ଏକା ଏକା ଜୀବନ କାଟୁଥିବା ପ୍ରାୟ ୨୮ ପ୍ରତିଶତ ମହିଳା ଉଚ୍ଚ ରକ୍ତଚାପ ଶିକାର ହେଉଛନ୍ତି ।

women alone

ଯେଉଁ ମାନେ କୌଣସି କାରଣ ବଶତଃ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି ବା ସେମାନଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ଠାରେ ଉଚ୍ଚ ରକ୍ତ ଚାପରେ ଶିକାର ହେବାର ସମ୍ଭାବନା ଅଧିକ ରହିଛି । ଏମିତିକି ବିଧବା ମହିଳାଙ୍କ ଠାରୁ ସ୍ୱାମୀ ଠାରୁ ଅଲଗା ହୋଇଥିବା ମହିଳାଙ୍କର ହାଇ ବିପି ଜନିତ ସମସ୍ୟା ୩୩ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ରହୁଥିବାର ଲକ୍ଷ କରାଯାଇଛି । ଦିନର ଅଧିକାଂଶ ସମୟ ଏକା ବିତେଇବାକୁ ପଡୁଥିବାରୁ, ନିଜ ମନର କଥା କାହାକୁ କହି ପାରୁ ନଥିବାରୁ ହିଁ ଏଧରଣର ମହିଳା ମାନେ ଉଚ୍ଚ ରକ୍ତ ଚାପରେ ଅଧିକ ମାତ୍ରାରେ ପୀଡିତ ହୋଇଥାନ୍ତି । ବିଶେଷତଃ ଏହି କାରଣରୁ ହିଁ ଏମାନଙ୍କ ଠାରେ ହାଇ ପରଟେନସନ ହେବା ଆଶଙ୍କା ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଏ ।

ହାଇ ବିପିର ଲକ୍ଷଣ:

– ଅସ୍ତ ବ୍ୟସ୍ତ ଲାଗିବା

– ଜୋରରେ ମୁଣ୍ଡ ବିନ୍ଧିବା

– ଦୁର୍ବଳ ଲାଗିବା

women alone କେମିତି ନିୟନ୍ତ୍ରଣ କରିବେ ନିଜ ବ୍ଲଡ଼ ପ୍ରେସର:

ଏମିତିରେ ଉଚ୍ଚ ଓ ନିମ୍ନ ରକ୍ତଚାପ ଉଭୟ ଶରୀର ପାଇଁ କ୍ଷତିକାରକ । ମଣିଷ ଶରୀରର ସାଧାରଣ ରକ୍ତଚାପ 120/80 MMHG ହୋଇଥିବା ବେଳେ ଏହା ଠାରୁ ବେଶୀ କିମ୍ବା କମ ରହିଲେ ରକ୍ତଚାପରେ ଶିକାର ବୋଲି ଧରାଯାଏ ।

– ଏହା ଉପରେ ନିୟନ୍ତ୍ରଣ ରଖିବା ପାଇଁ ୫୦ ପ୍ରତିଶତ ଫଳ ତଥା କଞ୍ଚା ପନିପରିବା ଖାଇବା ଉଚିତ । ମାତ୍ରାଧିକ ଲୁଣ ଓ ତେଲ ଠାରୁ ବି ଦୁରେଇ ରହିବା ଉଚିତ ।

– ସକାଳୁ ଖାଲି ପେଟରେ ଲାଉ ରସ ପିଇବା ଦ୍ୱାରା ବ୍ଲଡ଼ ପ୍ରେସର କଣ୍ଟ୍ରୋଲରେ ରହିଥାଏ ।

-ଏହା ସହ ପ୍ରତିଦିନ ବ୍ୟାୟାମ ସହ ପ୍ରାଣାୟାମ କଲେ ମଧ୍ୟ ଶରୀର ରକ୍ତଚାପ ମୁକ୍ତ ହୋଇଥାଏ ।

-ପ୍ରତି ୬ ମାସରେ ଥରେ ନିଜ ରକ୍ତଚାପ ପରୀକ୍ଷା କରାଇ ନେବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.