ମହିଳାଙ୍କ ପେଟରୁ ବାହାରିଲା ଦେଢ କିଲୋ ଅଳଙ୍କାର ସହ ମୁଦ୍ରା

ମହିଳାଙ୍କ ପେଟରୁ ବାହାରିଲା ସୁନା ଅଳଙ୍କାର ସହ ମୁଦ୍ରା । ଅସ୍ତ୍ରୋପଚାର କରି ପଶ୍ଚିମବଙ୍ଗରେ ଜଣେ ମହିଳାଙ୍କ ପେଟରୁ ଡାକ୍ତର ବାହାର କରିଛନ୍ତି ଦେଢ କିଲୋ ଗହଣା ସହ ମୁଦ୍ରା ।

ମିଳିଥିବା ସୂଚନା ଅନୁସାରେ ଏହି ୨୬ ବର୍ଷୀୟ ମହିଳାଙ୍କ ପେଟରୁ ୫ ଟଙ୍କିଆ ଓ ୧୦ ଟଙ୍କିଆ ୯୦ ଟି ମୁଦ୍ରା ସହ ଚେନ୍‌, ଚୁଡ଼ି, କାନଫୁଲ ଓ ପାଉଁଜି ଆଦି ଅଳଙ୍କାର ଓ ଘଣ୍ଟା ବାହାର କରାଯାଇଛି। ତେବେ ଏହି ଅଳଙ୍କାର ଭିତରୁ ଅଧିକାଂଶ ତମ୍ବା ଓ ପିତ୍ତଳରେ । କିନ୍ତୁ କିଛି ଗହଣା ସୁନାର ମଧ୍ୟ ଥିଲା ।

ଏହା ସହ ପଢନ୍ତୁ ଅପରେସନ ପରେ ପେଟରୁ ବାହାରିଲା ଚାମଚ, ଟୁଥ୍‌ ବ୍ରସ ଓ ଛୁରୀ

ମହିଳାଙ୍କ ମାଙ୍କ କହିବା ଅନୁଯାୟୀ, ତାଙ୍କ ଝିଅ ମାନସିକ ସ୍ତରରେ ଅସ୍ଥିର । ଅଧିକାଂଶ ସମୟରେ ତାଙ୍କ ଘରୁ ଅଳଙ୍କାର ଗାଏବ ହୋଇଯାଉଥିଲା । ଯେତେବେଳେ ବି ତାଙ୍କୁ ଏନେଇ ପଚରା ଯାଉଥିଲା ସେ କାନ୍ଦିବାକୁ ଲାଗୁଥିଲେ । ହେଲେ କୌଣସି ପ୍ରକାର ଏସବୁ ଗହଣା ଗିଳିଦେବାରେ ସଫଳ ହୋଇଯାଉଥିଲେ । ହେଲେ ଏହାର କୌଣସି ପ୍ରଭାବ ତାଙ୍କ ଉପରେ ପଡୁନଥିଲା । ତେବେ ଅସ୍ତ୍ରୋପଚାର ପରେ ଏହା ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.