ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ସେନା ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ଜୀବନ ଦେଲା କୁକୁର କେଣ୍ଟ
ଜମ୍ମୁ କଶ୍ମୀର ରାଜୌରୀ ଜିଲ୍ଲା ନରହ୍ଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ । ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ସହ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ୬ ବର୍ଷର ସେନା କୁକୁର 'କେଣ୍ଟ'ର ଜୀବନ ମଧ୍ୟ ଚାଲିଯାଇଛି।
ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର । ରାଜୌରୀ ଜିଲ୍ଲା ନରହ୍ଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ । ସେହିପରି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଏଥିସହ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ୬ ବର୍ଷର ସେନା କୁକୁର ‘କେଣ୍ଟ’ର ଜୀବନ ଚାଲିଯାଇଛି।
#WATCH | Rajouri, J&K: Security heightened as an encounter is underway between security forces and terrorists in Narllah area of district Rajouri in Jammu.
One terrorist neutralised; One Army jawan lost his life, and three others including one police SPO were injured in the… https://t.co/uaca8aeucQ pic.twitter.com/D3KIVouIJE
— ANI (@ANI) September 13, 2023
ସୂଚନା ଅନୁସାରେ, ରଜୌରୀରେ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲେ । ଏବେବି ସଂପୃକ୍ତ ଅଞ୍ଚଳରେ ଗୁଳି ବିନିୟମ ଜାରି ରହିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଜୌରୀ ଅପରେସନରେ ଭାରତୀୟ ସେନା କୁକୁର କେଣ୍ଟର ମୃତ୍ୟୁ ହୋଇଛି । ଏହି ଲାବ୍ରାଡର କୁକୁର ବୟସ ୬ ବର୍ଷ । ଆତଙ୍କବାଦୀଙ୍କ ପିଛା କରିବା ବେଳେ ଗୁଳିମାଡ଼ରେ କେଣ୍ଟର ମୃତ୍ୟୁ ହୋଇଥିବା ଜାମ୍ମୁର ସେନା ମୁଖପାତ୍ର କହିଛନ୍ତି ।
Sad news coming in-
Brave Canine Warrior KENT of 21 Army Dog Unit laid down her life serving in ongoing OP SUJALIGALA at Rajouri, J&K earlier today – 12 September 2023.
The six year old female Labrador was leading a column of soldiers on the trail of fleeing terrorists. The… pic.twitter.com/L5j7MDZNiX
— LestWeForgetIndia🇮🇳 (@LestWeForgetIN) September 12, 2023