ପାକିସ୍ତାନରେ କ୍ରିକେଟ ଖେଳି ଫେରୁଥିବା ପିଟିଆଇ ନେତାଙ୍କ କାରକୁ ରକେଟରେ ଆକ୍ରମଣ, ୧୦ ମୃତ
ପାକିସ୍ତାନରେ ପିଟିଆଇ ନେତାଙ୍କ କାରକୁ ରକେଟରେ ଆକ୍ରମଣ । ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ନେତା ଜଣଙ୍କ ନିକଟରେ ଏକ ଗ୍ରାମରୁ କ୍ରିକେଟ ଖେଳି ଫେରୁଥିବା ବେଳେ ଆକ୍ରମଣ କରାଯାଇଛି ।

ଭୂମିକମ୍ପ ପରେ ପାକିସ୍ତାନରେ ଆକ୍ରମଣ । ଏହି ଆକ୍ରମଣରେ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏବଟାବାଦର ମୁଖ୍ୟ ବିପକ୍ଷ ପାର୍ଟୀ ପିଟିଆଇର ଏକ ସ୍ଥାନୀୟ ନେତାଙ୍କୁ ଲକ୍ଷ୍ୟ ରଖାଯାଇ ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି । ହେବଲିୟା ତହସିଲର ମେୟର ଆତିଫ ଏକ କାରରେ ଯାଉଥିବା ସମୟରେ ରକେଟରେ ଆକ୍ରମଣ କରାଯାଇଥିଲା। ଫଳରେ କାରରେ ବ୍ଲାଷ୍ଟ ହୋଇଯାଇଥିଲା । ଘଟଣାରେ ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅପରାଧୀକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି । ତେବେ ଆତିଫଙ୍କ କାର ଉପରକୁ ରକେଟରେ ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
This is what happened in Pakistan on a PTI politician! His car was attacked with a Rocket Launcher by Unknown Assailants! People of Pakistan have suspicion of his murder on Ruling Party in the current Govt. We demand a fair investigation and protection of other Party leaders! https://t.co/I2JFtJ4f1b
— Sara Rauf (@sarashahzad79) March 20, 2023
ଆତିଫ ମୁନସିଫ ୨୦୨୨ରେ ଖେବର ପଖତୁନଖାରେ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇ ଜିତିଥିଲେ । ଜିତିବା ପରେ ପିଟିଆଇରେ ସାମିଲ ହୋଇଥିଲେ । ତାଙ୍କ ବାପା ଜାଡୁନ କେପି ବିଧାନସଭାର ପୂର୍ବତନ ସଦସ୍ୟ ଏବଂ ପ୍ରାଦେଶିକ ମନ୍ତ୍ରୀ ଥିଲେ । ୧୯୯୦ରେ ତାଙ୍କୁ ହତ୍ୟା କରାଯାଇଥିଲା। ତେବେ ଭାଇରଲ ହେଉଥିବା ଭିଡିଓରେ ଆତିଫ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଲାଙ୍ଗଡା ଗ୍ରାମରେ ପିଲାଙ୍କ ସହ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଛି ।