ନୂଆପଡ଼ାରେ ପୁଣି ବାଘ ଆତଙ୍କ: ଗାଁରେ ପଶି ବାଛୁରୀକୁ ମାରି ଖାଇଲା, ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା

ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟରେ ବଢୁଛି ବାଘ ଭୟ।ଗତକାଲି ରାତିରେ ଜଳମଡ଼େଇ ଗାଁର ରାମସିଂ ବାରିକଙ୍କ ଗୁହାଳରେ ପଶି ଗୋଟିଏ ବାଛୁରୀକୁ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଗାଁ ନିକଟସ୍ଥ ଜଙ୍ଗଲର ବିଭିନ୍ନ ସ୍ଥାନରେ ୧୦ଟି ଟ୍ରାପ କ୍ୟାମେରା ଲଗାଯାଇଛି।

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟରେ ବଢୁଛି ବାଘ ଭୟ। ଗତକାଲି ରାତିରେ ଜଳମଡ଼େଇ ଗାଁର ରାମସିଂ ବାରିକଙ୍କ ଗୁହାଳରେ ପଶି ଗୋଟିଏ ବାଛୁରୀକୁ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ସାନମତି ବାରିକ ନାମକ ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ଟାଣି ନେଇ ମାରିଖାଇ ଦେଇଥିଲା। ଜଙ୍ଗଲରୁ ମିଳିଥିଲା ମହିଳାଙ୍କ କ୍ଷତାକ୍ତ ମୃତଦେହ। ବାଘ ଭୟରେ ଗାଁଲୋକେ ଆତଙ୍କିତ ହୋଇ ରହିଛନ୍ତି।

ସଂଧ୍ୟା ହେଲେ ଗାଁରେ ତାଟିକବାଟ ପଡ଼ିଯାଉଛି । ରାତିତମାମ ଗ୍ରାମବାସୀ ଠେଙ୍ଗାବାଡି ଓ ଧନୁତୀରଧରି ଗାଁରେ ପହରା ଦେଇଥିଲେ। ସେପଟେ ସୁନାବେଡା ବନ୍ୟଜନ୍ତୁ ବିଭାଗର ସ୍ୱତନ୍ତ୍ର ଟିମ ଜଳମଡେଇ ଗାଁରେ ୨୪ଘଣ୍ଟା ମୁତୟନ ହୋଇ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି। ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଗାଁ ନିକଟସ୍ଥ ଜଙ୍ଗଲର ବିଭିନ୍ନ ସ୍ଥାନରେ ୧୦ଟି ଟ୍ରାପ କ୍ୟାମେରା ଲଗାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.