କ୍ରିକେଟ ଖେଳୁଥିବା ବେଳେ ଶୋଷ ଲାଗିବାରୁ ଥଣ୍ଡା ପାଣି ପିଇଦେଲା ପିଲା, ମୁଣ୍ଡ ବୁଲାଇ ତଳେ ପଡିବାରୁ ହେଲା ମୃତ୍ୟୁ

୧୦ମ ଶ୍ରେଣୀ ବାଳକ ରାଜୀବ ସୋନୀ ଶନିବାର ଦିନ ସାଙ୍ଗମାନଙ୍କ ସହିତ ସୋହରକା ମାର୍ଗ ସ୍ଥିତ ଗ୍ରାଉଣ୍ଡରେ କ୍ରିକେଟ ଖେଳୁଥିଲେ । ଖେଳୁଥିବା ବେଳେ ଶୋଷ ଲାଗିବା ବେଳେ ବାଳକ ଜଣକ ଥଣ୍ଡା ପାଣି ବୋତଲ ପିଇଦେଇଥିଲେ । ଏହାପରେ ସେ ଚକ୍କର ଖାଇ ତଳେ ପଡିଯାଇଥିଲେ ।

କ୍ରିକେଟ ଖେଳିବା ବେଳେ ଥଣ୍ଡା ପାଣି ପିଇବା ହେଲା କାଳ । ୧୦ମ ଶ୍ରେଣୀ ଛାତ୍ର ଜଣକ କ୍ରିକେଟ ଖେଳିବା ବେଳେ ଶୋଷ ଲାଗିବା ଯୋଗୁଁ ଥଣ୍ଡା ପାଣି ପିଇବା ଯୋଗୁଁ ତଳେ ପଡିଯାଇଥିଲା ପିଲା । ତୁରନ୍ତ ପିଲାକୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରୁ ତାଙ୍କୁ ମୃତ ଘୋଷଣା କରିଥିଲେ । ପିଲାଟି ମରିବା ପରେ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ମାମଲାଟି ଉତ୍ତରପ୍ରଦେଶ ଅମରୋହାରେ ଘଟିଛି ।

ଖବର ମୁତାବକ, ୧୦ମ ଶ୍ରେଣୀ ବାଳକ ରାଜୀବ ସୋନୀ ଶନିବାର ଦିନ ସାଙ୍ଗମାନଙ୍କ ସହିତ ସୋହରକା ମାର୍ଗ ସ୍ଥିତ ଗ୍ରାଉଣ୍ଡରେ କ୍ରିକେଟ ଖେଳୁଥିଲେ । ଖେଳୁଥିବା ବେଳେ ଶୋଷ ଲାଗିବା ବେଳେ ବାଳକ ଜଣକ ଥଣ୍ଡା ପାଣି ବୋତଲ ପିଇଦେଇଥିଲେ । ଏହାପରେ ସେ ଚକ୍କର ଖାଇ ତଳେ ପଡିଯାଇଥିଲେ । ଏହା ଦେଖିବା ପରେ ସାଙ୍ଗମାନେ ଭୟଭୀତ ହୋଇଯାଇ ବାଳକଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ଘର ଲୋକେ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପିଲାର ମୃତ୍ୟୁ ପରେ ଘର ଲୋକେ ବିନା କୌଣସି ଆଇନ କାର୍ଯ୍ୟାନୁଷ୍ଠାନ ନ କରି ଅନ୍ତିମ ସଂସ୍କାର କରିଦେଇଥିଲେ । ତେବେ ପିଲାଟିର ମୃତ୍ୟୁ ଥଣ୍ଡା ପାଣି କି ହାର୍ଟଆଟାକ ଯୋଗୁଁ ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ପିଲାର ମୃତ୍ୟୁ ପରେ ପରିବାର ଲୋକେ ଶୋକରେ ବୁଡି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.