ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ବ୍ରାଞ୍ଚ ଯିବା ପୂର୍ବରୁ ଜାଣିରଖନ୍ତୁ ଛୁଟି ଦିନ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କିଛି ବିଶେଷ କାମ ରହିଛି, ତେବେ ତୁରନ୍ତ କାମ ସାରି ଦିଅନ୍ତୁ । ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ ।

ଆଉ କିଛି ସମୟ ମଧ୍ୟରେ ସରିଯିବ ୨୦୨୩ ବର୍ଷ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଚାହିଁ ରହିଛନ୍ତି । ତେବେ ଜାନୁଆରୀ ୨୦୨୪ରେ ମଧ୍ୟ କିଛିଦିନ ବ୍ୟାଙ୍କ ବନ୍ଦ ରହିବ । ଶନିବାର ଓ ରବିବାର ଛଡା ମଧ୍ୟ କିଛିଦିନ ବ୍ୟାଙ୍କ ବନ୍ଦ ରହିବ । ଆପଣଙ୍କର ଯଦି ବ୍ୟାଙ୍କରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ରହିଛି । ତେବେ ଏହା ପୂର୍ବରୁ ଆପଣ ଛୁଟି ତାଲିକା ଜାଣି ରଖିବା ଜରୁରୀ ।

ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି, ତେବେ ପୂର୍ବରୁ ଛୁଟି ତାଲିକା ଜାଣିବା ଜରୁରୀ । ଆପଣଙ୍କୁ କୌଣସି ପ୍ରକାରର ସମସ୍ୟା ସାମ୍ନା ନ କରିବାକୁ ପଡେ, ତାହା ଆଗରୁ ଜାଣିନିଅନ୍ତୁ ଛୁଟି ଦିନ ।

ଜାନୁଆରୀ ୧ : ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦଜାନୁଆରୀ ୭ : ରବିବାର
ଜାନୁଆରୀ ୧୧ : ମିଜୋରାମରେ ବ୍ୟାଙ୍କ ବନ୍ଦ
ଜାନୁଆରୀ ୧୨ : ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ
ଜାନୁଆରୀ ୧୩ : ଦ୍ୱିତୀୟ ଶନିବାର
ଜାନୁଆରୀ ୧୪ :ମକର ସଂକ୍ରାନ୍ତି (ରବିବାର)
ଜାନୁଆରୀ ୧୫ : ତାମିଲନାଡୁ ଏବଂ ଆନ୍ଧ୍ରରେ ପୋଙ୍ଗଲ ଯୋଗୁଁ ବ୍ୟାଙ୍କ ବନ୍ଦ।
ଜାନୁଆରୀ ୧୬ : ପଶ୍ଚିମବଙ୍ଗ ଏବଂ ଆସାମରେ ବ୍ୟାଙ୍କ ବନ୍ଦ ।
ଜାନୁଆରୀ ୧୭ : ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ ଯୋଗୁଁ ବ୍ୟାଙ୍କ ବନ୍ଦ ।
ଜାନୁଆରୀ ୨୧ : ରବିବାର
ଜାନୁଆରୀ ୨୩ : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ।
ଜାନୁଆରୀ ୨୫ : ହିମାଚଳରେ ବ୍ୟାଙ୍କ ବନ୍ଦ
ଜାନୁଆରୀ ୨୬ : ସାଧାରଣତନ୍ତ୍ର ଦିବସ
ଜାନୁଆରୀ ୨୭ : ଚତୁର୍ଥ ଶନିବାର
ଜାନୁଆରୀ ୨୮ : ରବିବାର
ଜାନୁଆରୀ ୩୧ : ଆସାମରେ ବ୍ୟାଙ୍କ ବନ୍ଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.