ଏକାଠି ହେଲେ ୧୪ ବିରୋଧ ଦଳ, ED ଓ CBIର ଦୂରୁପଯୋଗ ନେଇ ସୁପ୍ରିମକୋର୍ଟରେ ଦାଖଲ କଲେ ପିଟିସନ

ଇଡି ଏବଂ ସିବିଆଇର ଦୂରୁପଯୋଗ ନେଇ ୧୪ ବିରୋଧୀ ଦଳ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନରେ ଚଢ଼ାଉ ଓ ଗିରଫ ଗାଇଡ୍‌ଲାଇନ ଦାବି କରାଯାଇଛି।

ଇଡି ଏବଂ ସିବିଆଇର ଦୂରୁପଯୋଗ ନେଇ ୧୪ ବିରୋଧୀ ଦଳ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନରେ ଚଢ଼ାଉ ଓ ଗିରଫ ଗାଇଡ୍‌ଲାଇନ ଦାବି କରାଯାଇଛି। ଏହି ମାମଲା ଉପରେ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଏପ୍ରିଲ ୫ ତାରିଖ ଧାର୍ଯ୍ୟ କରିଛନ୍ତି।

ବାସ୍ତବରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏ ସମସ୍ତ ୧୪ ବିରୋଧୀ ଦଳକୁ ଗୋଟିଏ ମଞ୍ଚରେ ଆଣିଛନ୍ତି। ଖାସ୍‌ କଥା ହେଉଛି, ଏହି ତାଲିକାରେ କଂଗ୍ରେସ ମଧ୍ୟ ଅନ୍ତର୍ଭୁକ୍ତ ଅଛି। କଂଗ୍ରେସ ସହ ଦଳରେ ଅଛନ୍ତି ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଜନତା ଦଳ ୟୁନାଇଟେଡ୍, ଭାରତ ରାଷ୍ଟ୍ର ସମିତି, ରାଷ୍ଟ୍ରୀୟ ଜନତା ଦଳ, ସମାଜବାଦୀ ପାର୍ଟି, ଶିବସେନା, ନ୍ୟାସନାଲ କନ୍‌ଫରେନ୍ସ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି, ସିପିଆଇ, ସିପିଏମ୍ ଓ ଡିଏମ୍‌କେ।

କଂଗ୍ରେସ ନେତା ଡକ୍ଟର ଅଭିଷେକ ମନୁ ସିଂଘଭି କହିଛନ୍ତି କି, ଗଣତନ୍ତ୍ର ବିପଦରେ ଅଛି। ସେମାନେ ବର୍ତ୍ତମାନର ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁନାହାନ୍ତି। ୯୫ ପ୍ରତିଶତ ମାମଲା ବିରୋଧୀ ଦଳ ନେତାଙ୍କ ଉପରେ ରହିଛି। ସେମାନେ ଗିରଫଦାରୀ ପୂର୍ବ ଏବଂ ପରବର୍ତ୍ତୀ ଗାଇଡ୍‌ଲାଇନ୍‌ ଦାବି କରୁଛନ୍ତି।

କହି ରଖୁଛୁ କି, ସୁରଟ କୋର୍ଟ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାର ଦିନକ ପରେ ବିରୋଧୀ ମାନେ ଏହି ପଦକ୍ଷେପ ନେଇଛନ୍ତି। ଯଦିଓ ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଛି ଏବଂ ତାଙ୍କୁ ହାଇକୋର୍ଟରେ ଅପିଲ୍‌ କରିବାକୁ ୩୦ ଦିନ ସମୟ ଦିଆଯାଇଛି।

ସେପଟେ କଂଗ୍ରେସ ଶୁକ୍ରବାର ବିରୋଧୀ ଦଳର ଏକ ବୈଠକ ଡକାଇଛି। ଆପ୍‌ର ମନୀଷ ସିସୋଦିଆ, ବିଆରଏସର କେ କବିତା ଏବଂ ଆରଜେଡିର ତେଜସ୍ୱୀ ଯାଦବ କେନ୍ଦ୍ରୀୟ ଏଜେନ୍ସି କବ୍‌ଜାରେ ଅଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଓ ଇଡି ଗିରଫ କରିଛି। ଏହି ମାମଲାରେ କେ କବିତାଙ୍କୁ ପଚରାଉଚରା କରାଯାଇଛି। ସେହିପରି ତେଜସ୍ୱୀ ଯାଦବ ଓ ତାଙ୍କ ପରିବାରକୁ ଲ୍ୟାଣ୍ଡ ଫର୍‌ ଜବ୍‌ ମାମଲାରେ ଯାଞ୍ଚ କରାଯାଉଛି।