Below header

ଏସିଆର ସବୁଠାରୁ ବଡ ବସ୍ତି ଧାରାବୀରେ କରୋନାର ତାଣ୍ଡବ : ଆସିଲା ୧୫ଟି ନୂଆ ମାମଲା, ଏପର୍ଯ୍ୟନ୍ତ ୪ ମୃତ

ମୁମ୍ବାଇର ଧାରାବୀ ଅଞ୍ଚଳରେ କରୋନା ଜନିତ ୧୫ଟି ନୂଆ ମାମଲା ସାମ୍ନାକୁ ଆସିଛି । ଧାରାବୀରେ ଏପର୍ଯ୍ୟନ୍ତ କରୋନା ଭାଇରସ୍ ଜନିତ ୪୩ଟି ମାମଲା ସାମ୍ନାକୁ ଆସିଛି। ଏଥିରୁ ୪ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର ସବୁଠୁ ଅଧିକ ଲୋକ ଏହି ଧାରାବୀ ବସ୍ତି ଅଞ୍ଚଳରେ ରହିଥା’ନ୍ତି । ଏସିଆର ସର୍ବବୃହତ ବସ୍ତି ଭାବେ ଧାରାବୀରେ ମୋଟ ୧୫ଲକ୍ଷ ଲୋକ ଏଠାରେ ବାସ କରନ୍ତି । ସେହିପରି ଦେଶର ସର୍ବାଧିକ କରୋନା ସଂକ୍ରମିତ ଓ ମୃତ୍ୟୁ ମହାରାଷ୍ଟ୍ରରେ ହିଁ ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା ୧୨୭ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୯୦୦ ଟପିସାରିଛି ।

corona

ମୁମ୍ବାଇର ଏହି ଧାରାବୀ ଅଞ୍ଚଳରେ ଶନିବାର ଠାରୁ ସ୍କ୍ରିନିଂ ଆରମ୍ଭ କରାଯାଇଛି । ଏହି ଅଞ୍ଚଳରେ ବିଏମ୍ସି ଘର ଘର ବୁଲି ସ୍କ୍ରିନିଂ କରୁଛି । ସେହିପରି ଏହି ଅଞ୍ଚଳରେ ରହିଥିବା ଲୋକଙ୍କ ମଧ୍ୟରେ ଯଦି କେହି ଥଣ୍ଡା, କାଶ, ଜ୍ବର ବା କଫର ରୋଗୀ ରହିଛନ୍ତି ତାଙ୍କ ଯାତ୍ରାର ବିବରଣୀ ସହ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ସମ୍ପର୍କରେ ଅନୁସନ୍ଧାନ କରାଯାଇ ଯାଞ୍ଚ କରାଯାଉଛି । ମୁମ୍ବାଇରେ କରୋନା ସ୍ଥିତି ବେଶ୍ ଗମ୍ଭୀର ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଲକ୍ ଡାଉନର ଅବଧି ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.