4 ଭାଇ ରିସର୍ଚ୍ଚ କରି ବାହାର କଲେ ‘କରୋନା ଚା’, COVID-19 ସହ ଲଢ଼ିବାରେ ଏମିତି କରୁଛି ସାହାଯ୍ୟ

ପଶ୍ଚିମବଙ୍ଗର ମେଦିନା ପୁରରେ ରହୁଥିବା 4 ଭାଇ ଏକ ଖାସ ପ୍ରକାରର ଚା’ ଆବିଷ୍କାର କରିଛନ୍ତି, ଯାହାକୁ ସେମାନେ ‘କରୋନା ଚା’ ନାଁ ଦେଇଛନ୍ତି। ସେମାନଙ୍କ କହିବା ହେଲା, ଏହି ଚା’ର ପାଣିରୁ ଇମ୍ୟୁନ ସିଷ୍ଟମ ମଜଭୁତ ହୋଇଥାଏ ଏବଂ ଏହା କରୋନା ସହ ଲଢ଼ିବାରେ ସାହାଯ୍ୟ କରିଥାଏ।

ଖଡଗପୁର ନ୍ୟୁ ସେଟଲମେଣ୍ଟ ଅଞ୍ଚଳରେ ରହୁଥିବା ଶ୍ରୀକାନ୍ତ କୁମାର, ନବୀନ କୁମାର, ସନ୍ତୋଷ କୁମାର ଓ ରାମକୃଷ୍ଣ କୁମାର ଇଣ୍ଟରନେଟରେ ରିସର୍ଚ୍ଚ କରିବା ପରେ ଏହି ଚା’ ଆବିଷ୍କାର କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଚା’ରେ ସେମାନେ 11 ପ୍ରକାର ସାମଗ୍ରୀ ବ୍ୟବହାର କରୁଛନ୍ତି। ସବୁଦିନ ସକାଳେ ଏକ ଛୋଟ ବ୍ୟାଟେରୀ ରିକ୍ସରେ କରୋନା ଲେଖାଯାଇ ଏହାର ପ୍ରଚାର କରାଯାଉଛି।

67

ଶ୍ରୀକାନ୍ତ କହିଛନ୍ତି, ସେମାନେ ଏଥିରେ ଅଦା, ତୁଳସୀ, ପୁଦିନା, ଗୁଜୁରାତି, ଗୋଲମରିଚ, ତେଜପତ୍ର, ଲବଙ୍ଗ, ଜିରା, ମହୁ ଆଦି ସହ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ଚା’ ପ୍ରସ୍ତୁତ କରୁଛନ୍ତି। ସକାଳୁ ସକାଳୁ ସମସ୍ତ ଭାଇ ନିଜ ନିଜର ଇରିକ୍ସାରେ ଚା’ ନେଇ ଯାଆନ୍ତି ଏବଂ ଥାନା ଓ ହସ୍ପିଟାଲ ଯାଇ କରୋନା ଯୋଦ୍ଧାମାନଙ୍କୁ ଚା’ ପିଆଇଥାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.