Below header

ବଜେଟ୍‌ ୨୦୨୦ରେ ଚାଷ ଓ ଚାଷୀଙ୍କ ପାଇଁ ୧୬ ସୂତ୍ରୀୟ ଆକ୍‌ସନ ପ୍ଳାନ୍, ମାର୍କେଟିଂ ଏବଂ ପ୍ରୋସେସିଂ ଉପରେ ଦିଆଯିବ ଅଧିକ ଧ୍ୟାନ

ନୂଆଦିଲ୍ଲୀ: ବଜେଟ୍‌ ୨୦୨୦ରେ ଚାଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସତାରମନଙ୍କ ବଡ ଘୋଷଣା । ୨୦୨୨ ସୁଧା କୃଷକଙ୍କ ଆୟ ଦୁଇ ଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି। ଏହାସହ ୬.୧୧ କୋଟି କୃଷକଙ୍କ ପାଇଁ ବୀମା ଯୋଜନା କରାଯିବ। ସେହିପରି ୨୦ ଲକ୍ଷ କୃଷକଙ୍କ ପାଇଁ ସୋଲାର ପମ୍ପ ଯୋଜନା କରାଯାଇଥିବା ସେ କହିଛନ୍ତି।

ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ କୃଷକ ଯୋଜନା ଦ୍ୱାରା କୃଷକଙ୍କୁ ଲାଭ ମିଳିଛି । ପଶୁ ପାଳନ ଓ ମତ୍ସ୍ୟ ପାଳନ ଉପରେ ଧ୍ୟାନ ଦେବା ଆବଶ୍ୟକ ରହିଛି । କୃଷକଙ୍କ ପାଇଁ ୧୬ ସୂତ୍ରୀୟ ଆକ୍‌ସନ ପ୍ଳାନ କରାଯାଇଛି। କୃଷି କ୍ଷେତ୍ରରେ ମାର୍କେଟିଂ ଓ ପ୍ରୋସେସିଂ ଉପରେ ଅଧିକ ଧ୍ୟାନ ଦିଆଯିବ। ଗ୍ରାମାଞ୍ଚଳରେ ଅଧିକ ରୋଜଗାର ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। କୃଷକଙ୍କ ପାଇଁ ପିଏମ୍‌ କୁସୁମ ଯୋଜନା କରାଯିବ। ୧୫ ଲକ୍ଷ କୃଷକଙ୍କ ନିକଟରେ ସୌରଶକ୍ତି ପହଞ୍ଚିବ ।

sitaକୃଷି ଉଡାଣ ଯୋଜନାର ଶୁଭାରମ୍ଭ ହେବା ସହିତ ଦୁଗ୍ଧ,ମାଂସ ଓ ମାଛ ପାଇଁ  କୃଷକ ରେଳ ଯୋଜନା ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । କିଷାନ ରେଳ ଯୋଜନା ଦ୍ୱାରା ଖାଦ୍ୟ ପଦାର୍ଥ ନଷ୍ଟ ହେବ ନାହିଁ । କୃଷି ରେଳ ଯୋଜନା ମାଧ୍ୟମରେ ଦୁଗ୍ଧ,୨୦୨୫ ସୁଧା ଦୁଗ୍ଧ ଉତ୍ପାଦନ ଦୁଇ ଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଛି। ମତ୍ସ୍ୟ ପାଳନ ପାଇଁ ସାଗର ମିତ୍ର ଯୋଜନାର ଶୁଭାରମ୍ଭ ହେବ ସାଗର ମିତ୍ର ଯୋଜନାରେ ମତ୍ସ୍ୟ ପାଳନ ବୃଦ୍ଧି ପାଇଁ ଉଦ୍ୟମ କରାଯିବ । ୨୦୨୨ ସୁଧା ୨ଶହ ଲକ୍ଷ ଟନ୍‌ ମାଛ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସତାରମନ୍ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.