Below header

‘ଯେତେ ମାରିବ ହର୍ଣ୍ଣ, ଟ୍ରାଫିକରେ ସେତେ ଅଧିକ କରିବ ଅପେକ୍ଷା’, ଶବ୍ଦ ପ୍ରଦୂଷଣ ଉପରେ ଲଗାମ ଲଗାଇବାର ପୋଲିସର ସ୍ୱତନ୍ତ୍ର ଯୋଜନା

ମୁମ୍ବାଇ ଟ୍ରାଫିକ୍‌ ପୋଲିସ ରାସ୍ତାରେ ବିନା କାରଣରେ ହର୍ଣ୍ଣ ବଜାଉଥିବା ଲୋକଙ୍କ ଉପରେ ଲଗାମ ଲଗାଇବା ପାଇଁ ଏକ ବହୁତ ଖାସ୍‌ ପ୍ଲାନ କରିଛନ୍ତି। କିଛି ଗାଡି ଚାଳକ ସିଗନାଲ ରେଡ ହେବା ପରେ ମଧ୍ୟ ହର୍ଣ୍ଣ ବଜାଇଥାନ୍ତି, ଯେଉଁ କାରଣରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି।
ଦେଶର ଆର୍ଥିକ ରାଜଧାନୀରେ ବଢ଼ୁଥିବା ଶବ୍ଦ ପ୍ରଦୂଷଶ ଉପରେ ଲଗାମ ଲଗାଇବାକୁ ଟ୍ରାଫିକ୍‌ ସିଗନାଲ ମାନଙ୍କରେ ଡେସିବେଲ ମିଟର ଲଗାଯାଇଛି।

ଏହି ମିଟର ସେହି ସେହି ସ୍ଥାନରେ ଲଗାଯାଇଛି ଯେଉଁଠି ଅଧିକ ଟ୍ରାଫିକ୍‌ ଜାମ୍‌ ରହିଥାଏ। ପୋଲିସ ଏହି ଯୋଜନାକୁ ପନିସିଂଗ ସିଗନାଲ ନାମ ଦେଇଛନ୍ତି। ଏହି ମିଟର ଅନୁଯାୟୀ ଅଧିକ ହର୍ଣ୍ଣ ମାରିଲେ ଡେସିବଲ ଲେବଲ ୮୫ ଉପରକୁ ଗଲେ ସିଗନାଲ ଟାଇମ ପୁଣିଥରେ ରିସେଟ୍‌ ହୋଇଯିବ, ଯାହାଦ୍ୱାରା ବାହନ ଚାଳକଙ୍କୁ ସିଗନାଲରେ ଦୁଇଗୁଣା ଅପେକ୍ଷା କରିବାକୁ ପଡିବ।

traficଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସବୁଠାରୁ ଅଧିକ ଶବ୍ଦ ପ୍ରଦୂଷଣ ସହରରେ ମୁମ୍ବାଇର ନାମ ମଧ୍ୟ ସାମିଲ ଅଛି। ମୁମ୍ବାଇରେ ହେଉଥିବା ଶବ୍ଦ ପ୍ରଦୂଷଣରେ ସବୁଠାରୁ ଅଧିକ ପ୍ରଦୂଷଣ ଟ୍ରାଫିକ ସିଗନାଲ କାରଣରୁ ହେଉଛି। ଅଧିକାଂଶ ଲୋକ ତ ରେଡ ସିଗନାଲ ହେବା ପରେ ମଧ୍ୟ ହର୍ଣ୍ଣ ବଜାଇରୁହନ୍ତି। ପୋଲିସ ଜଣାଇଛନ୍ତି ଯେ ଏହି ଯୋଜନା ଦ୍ୱାରା ଏହି ସମସ୍ୟାକୁ କିଛି ମାତ୍ରାରେ କାବୁ କରାଯାଇପାରିବ।

ମୁମ୍ବାଇ ପୋଲିସ ଦ୍ୱାରା ଟ୍ଵିଟ୍‌ କରାଯାଇଥିବା ଏହି ଭିଡିଓରେ ଆପଣ ଏହି ଯୋଜନାର ପୂରା ଫଣ୍ଡା ଜାଣିପରିବେ। ଥରେ ଦେଖନ୍ତୁ ଏ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.