ଆସାମ ନାଗାଓଁ ଅଞ୍ଚଳରେ ଅଭାବନୀୟ ଘଟଣା: ବଜ୍ରପାତ ନେଲା ୧୮ଟି ହାତୀଙ୍କ ଜୀବନ

ଆସାମ: ବଜ୍ରପାତ ନେଲା ଗଜରାଜଙ୍କ ଜୀବନ । ଗୋଟିଏ ନୁହେଁ କି ଦୁଇଟି ନୁହେଁ । ଏକାବେଳେ ବଜ୍ରପାତରେ ୧୮ଟି ହାତୀଙ୍କ ମୃତ୍ୟୁ । ଆସାମ ନାଗାଓଁ ଅଞ୍ଚଳରେ ହାତୀ ମୃତ୍ୟୁ ହୋଇଛି ।

ଦୁର୍ଗମ ପାର୍ବତ୍ୟାଞ୍ଚଳରେ ହାତୀମାନେ ଧାଡ଼ି ହୋଇ ଯିବା ସମୟରେ ବଜ୍ରପାତ ହୋଇଥିଲା । ଗୋଟିଏ ପରେ ଗୋଟିଏ ହାତୀ ଟଳିପଡ଼ିଥିଲେ । ପୃଥକ ପୃଥକ ଦୁଇଟି ସ୍ଥାନରୁ ହାତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗୋଟିଏ ସ୍ଥାନରୁ ୪ଟି ଓ ଆଉ ଗୋଟିଏ ଜାଗାରୁ ଉଦ୍ଧାର ହୋଇଛି ୧୪ ହାତୀର ମରଶରୀର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.