ରାଜସ୍ଥାନରେ ଗଠନ ହୋଇଛି ୧୯ ନୂତନ ଜିଲ୍ଲା, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାରେ କଲେ ଘୋଷଣା
ରାଜସ୍ଥାନରେ ୧୯ଟି ନୂତନ ଜିଲ୍ଲା ଗଠନ କରାଯାଇଛି। ତିନୋଟି ନୂଆ ବିଭାଗ ଗଠନ ହୋଇଛି। ଏବେ ରାଜସ୍ଥାନରେ ୫୨ଟି ଜିଲ୍ଲା ହେବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୁକ୍ରବାର ବିଧାନସଭାରେ ଘୋଷଣା କରିଛନ୍ତି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୁକ୍ରବାର ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ରାଜ୍ୟରେ ୧୯ଟି ନୂତନ ଜିଲ୍ଲା ଗଠନ କରାଯାଇଛି। ତିନୋଟି ନୂଆ ବିଭାଗ ଗଠନ ହୋଇଛି। ଏବେ ରାଜସ୍ଥାନରେ ୫୨ଟି ଜିଲ୍ଲା ହେବ।
ସରକାର ନୂତନ ଭାବେ ଗଠିତ ଜିଲ୍ଲାଗୁଡ଼ିକୁ ୨ ହଜାର କୋଟି ଟଙ୍କାରେ ବିକାଶ କରିବେ। ରାଜସ୍ଥାନ ନିର୍ବାଚନ ପୂର୍ବରୁ ଏହା କଂଗ୍ରେସ ସରକାରଙ୍କର ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି, ଯେଉଁଥିପାଇଁ କେତେକ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ସମୀକରଣରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାରେ ଯେଉଁ ୧୯ଟି ନୂତନ ଜିଲ୍ଲାର ଗଠନ ବିଷୟରେ ଘୋଷଣା କରିଛନ୍ତି, ସେଥି ମଧ୍ୟରେ ଅନୁପଗଡ଼, ବାଲୋତରା, ବ୍ୟାୱାର୍, ଡିଗ୍, ଡୁଡୁ, ଜୟପୁର ଉତ୍ତର, ଜୟପୁର ଦକ୍ଷିଣ, ଯୋଧପୁର ପୂର୍ବ, ଯୋଧପୁର ପଶ୍ଚିମ, ଗଙ୍ଗାପୁର ସିଟି, କେକଡ଼ି, କୋଟପୁତଲି, ବହରୋଡ୍, ଖୈରତଲ, ନିମକାଥାନା, ସାଞ୍ଚୋର, ଫଲୋଦି, ସଲୁମ୍ବର, ଶାହପୁରା ଆଦି ଜିଲ୍ଲା ଅନ୍ତର୍ଭୁକ୍ତ ରହିଛି।