ଦିଲ୍ଲୀ ମଦ ନୀତି ମାମଲାରେ ସିସୋଦିଆଙ୍କ ଅଡ଼ୁଆ ବଢ଼ିଲା, ଇଡି ହେପାଜତରେ ରହିବେ ଆହୁରି ୫ ଦିନ
ସିସୋଦିଆଙ୍କୁ ଆହୁରି ୫ ଦିନ ଇଡି ହେପାଜତରେ ରହିବାକୁ ପଡିବ। ସିସୋଦିଆ ଗତ ୭ ଦିନ ହେବ ଇଡି ରିମାଣ୍ଡରେ ଥିଲେ। ଇଡି ସିସୋଦିଆଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କୋର୍ଟଙ୍କୁ ୭ ଦିନର ରିମାଣ୍ଡ ବୃଦ୍ଧି ପାଇଁ ଦାବି କରିଥିଲା।

ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ଅଡ଼ୁଆ କମିବାର ନାମ ନେଉନାହିଁ। ମଦ ନୀତି ମାମଲାରେ ସିବିଆଇ ପରେ ଇଡି ସିସୋଦିଆଙ୍କ ହେପାଜତ ବୃଦ୍ଧି କରିବାକୁ ଦାବି କରିଥିଲା, ଯାହାକୁ ନେଇ ରାଉସ୍ ଆଭେନ୍ୟୁ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ସିସୋଦିଆଙ୍କ ରିମାଣ୍ଡ ବଢ଼ାଇବାକୁ ରାୟ ଦେଇଛନ୍ତି। ସିସୋଦିଆଙ୍କୁ ଆହୁରି ୫ ଦିନ ଇଡି ହେପାଜତରେ ରହିବାକୁ ପଡିବ।
କହି ରଖୁଛୁ, ସିସୋଦିଆ ଗତ ୭ ଦିନ ହେବ ଇଡି ରିମାଣ୍ଡରେ ଥିଲେ। ଇଡି ସିସୋଦିଆଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କୋର୍ଟଙ୍କୁ ୭ ଦିନର ରିମାଣ୍ଡ ବଢ଼ାଇବାକୁ ଦାବି କରିଥିଲା।
କୋର୍ଟ ମନୀଷ ସିସୋଦିଆଙ୍କୁ ତାଙ୍କ ପରିବାରର ଖର୍ଚ୍ଚ ପାଇଁ ଚେକ୍ ସାଇନ୍ କରିବାକୁ ଅନୁମତି ଦେଇଛନ୍ତି। କୋର୍ଟ ସିସୋଦିଆଙ୍କ ପରିବାର ପାଇଁ ୪୦,୦୦୦ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ୪୫,୦୦୦ ଟଙ୍କାର ଚେକ୍ ସାଇନ୍ କରିବାକୁ ଅନୁମତି ଦେଇଛନ୍ତି।
ସୂଚନା ଅନୁସାରେ, ଇଡିର ଓକିଲ ସିସୋଦିଆଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ। ଇଡି କହିଥିଲା କି, ସିସୋଦିଆ ନିଜ ଫୋନକୁ ନଷ୍ଟ କରିଦେଇଛନ୍ତି। ସିସୋଦିଆଙ୍କ ରିମାଣ୍ଡକୁ ୭ ଦିନ ବୃଦ୍ଧି କରିବାକୁ ଇଡି କୋର୍ଟଙ୍କୁ ଦାବି କରିଥିଲା। ଇଡି ମୁତାବକ, ସିସୋଦିଆ ତାଙ୍କ ଫୋନକୁ ନଷ୍ଟ କରିଦେଇଛନ୍ତି, ତେଣୁ ତାଙ୍କୁ ପୁଣିଥରେ ପଚରାଉଚରା କରିବାର ଆବଶ୍ୟକ ରହିଛି।