Below header

ଗ୍ରେଟର ନୋଏଡାର ବ୍ଲୁ ସଫାୟର ମଲ୍‌ରେ ଦୁର୍ଘଟଣା, ଛାତରୁ ଗ୍ରିଲ୍‌ ଖସି ୨ ମୃତ

ଗ୍ରେଟର୍‌ ନୋଏଡା ୱେଷ୍ଟ୍‍ର ବ୍ଲୁ ସଫାୟର ମଲ୍‌ରେ ଦୁର୍ଘଟଣା ଘଟିଛି । ବିସରଖ ଥାନା ଅଧୀନ ଏହି ମଲ୍‌ର ଛାତରୁ ଗ୍ରିଲ୍‌ ଖସି ୨ ଜଣଙ୍କ ମୃତ୍ୟୁ ହୋଇଛି ।

ଗ୍ରେଟର୍‌ ନୋଏଡା ୱେଷ୍ଟ୍‍ର ବ୍ଲୁ ସଫାୟର ମଲ୍‌ରେ ଦୁର୍ଘଟଣା ଘଟିଛି । ବିସରଖ ଥାନା ଅଧୀନ ଏହି ମଲ୍‌ର ଛାତରୁ ଗ୍ରିଲ୍‌ ଖସି ୨ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ରିଲ୍‌ର ଧ୍ୱଂସାବଶେଷ ସଂସ୍ପର୍ଶରେ ଆସିବା ଫଳରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଛି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅତିରିକ୍ତ ଡିସିପି ହୃଦେଶ କଥାରିୟା କହିଛନ୍ତି, ବ୍ଲୁ ସଫାୟର ମଲ୍‌ର ଛାତରୁ ଲୁହା ଷ୍ଟ୍ରକ୍‌ଚର ଖସି ପଡ଼ିବା ଫଳରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ, ଗାଜିଆବାଦ ବିଜୟନଗରର ବାସିନ୍ଦା ହରେନ୍ଦ୍ର ଭାଟି ଓ ଶକିଲ ଖାନ । ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛି ।

ମିଳିଥିବା ସୂଚନା ମୁତାବକ, ମଲ୍‌ର ଓ୍ଵାକିଂ କମନ୍‌ ଏରିଆରେ ହଠାତ୍‌ ଛାତରୁ ଗ୍ରିଲ୍‌ ଖସି ପଡ଼ିଥିଲା । ତଳେ ଯାଉଥିବା ଲୋକଙ୍କ ଉପରେ ଏହା ପଡ଼ିଥିଲା । ଭଗ୍ନାବଶେଷ ତଳେ ଚାପି ହୋଇଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ଭୟର ବାତାବରଣ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.