ବିଚକ୍ଷଣ ଚୋର ! ମୋବାଇଲ ଟାଓ୍ଵାର ପରେ ୨ କିମି ରେଳ ଧାରଣା ଚୋରି କରିନେଲେ

ବିହାରରେ ମୋବାଇଲ ଟାଓ୍ଵାର ଚୋରାଇ ନେବା ପରେ ରେଳ ଧାରଣା ଚୋରି କରିନେଇଛନ୍ତି ଚୋର । ୨ କିମି ପର୍ଯ୍ୟନ୍ତ ରେଳ ଧାରଣାକୁ ଚୋରି କରିନେବାରେ ସଫଳ ହୋଇଛନ୍ତି ବିହାରୀ ଚୋର । ମଧୁବନୀର ପେଣ୍ଡାଲ ଥାନା ଅଞ୍ଚଳରେ ଲୋହଟ ଚିନି ମିଲ୍‌ରେ ଦେଖିବାକୁ ମିଳିଛି । ଚିନି ମିଲ୍‌ ବନ୍ଦ ହେବା ପରେ ମାଲଗାଡି ଚଳାଚଳ ମଧ୍ୟ ବନ୍ଦ ହୋଇଯାଇଥିଲା । ଆଉ ଚୋରକୁ ଏହି ରେଳଲାଇନ ଚୋରାଇ ନେବାରେ ସକ୍ଷମ ହୋଇଥିଲା ଚୋର । ଚୋର ଜଣକ ରାତାରାତି ରେଳଲାଇନ ଚୋରାଇ ବିକ୍ରି ମଧ୍ୟ କରିଦେଇଛି । ଆଉ କୋଟି କୋଟି ଟଙ୍କାର ରେଳ ଲାଇନକୁ ଚୋର ଚୋରି କରିନେବା ଦେଖଇ ପ୍ରଶାସନ ଆଶ୍ଚର୍ଯ୍ୟ ହୋଇଛି । ଲୋକ ଦେଖିବା ବେଳକୁ ରେଳଧାରଣା ଚୋରି ହୋଇଯାଇଥିଲା ।

ତେବେ ଏହି ଚୋରି ପଛରେ ଅନେକ ରେଳ ଅଧିକାରୀଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ହେଉଛି । ମାମଲାରେ ତତ୍କାଳ ଝଞ୍ଝାରପୁର ଷ୍ଟୋସନର ଆରପିଏଫ ପ୍ରଭାରୀ ଏବଂ ମଧୁବନୀ ଷ୍ଟେସନର ରେଳ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି । ଏହି ମାମଲାର ଯାଞ୍ଚ ପାଇଁ ଅନେକ ବରିଷ୍ଠ ଅଧିକାରୀଙ୍କ ଟିମ୍‌ ଗଠିତ ହୋଇଛି । ତେବେ ଦୁଇ ଅଧିକାରୀ ଛୁଟି ନେଇ କୁଆଡେ ଗାଏବ ହୋଇଯାଇଛନ୍ତି ।

ଏହି ରେଳ ଟ୍ରାକକୁ ପୂର୍ବ ମଧ୍ୟ ରେଳବାଇ ୯ ବର୍ଷ ପୂର୍ବେ ବିଛାଇଥିଲା । କିନ୍ତୁ ମିଲ୍‌ ବନ୍ଦ ହେବା ଯୋଗୁଁ ଏହି ଟ୍ରାକରେ କୌଣସି ଟ୍ରେନ ଚାଲୁନଥିଲା । ଏହି ରେଳ ଧାରଣାକୁ ନିଲାମୀ ପାଇଁ ଡକାଯାଇଥିଲା। କିନ୍ତୁ ନିଲାମୀ ହେବା ପୂର୍ବରୁ ୨ କିମି ଯାଏଁ ରେଳ ଧାରଣାକୁ ଚୋରାଇ ନେଇଥିଲା ଚୋର । ତେବେ କିଛି ଅଧିକାରୀଙ୍କ ସହାୟତାରେ ରେଳଧାରଣାକୁ ଚୋରି କରାଯାଇ ଅବୈଧ ରୂପେ ବିକ୍ରି ମଧ୍ୟ କରାଯାଇଛି ।

ଆରପିଏଫ ପକ୍ଷରୁ ରେଳଧାରଣା ଚୋରି ମାମଲାରେ ଏଫଆଇଆର ଦାଏର କରାଯାଇଛି। ଏହାସହିତ ମାମଲାରେ ଝାଞ୍ଝରପୁର ରେଳ ଷ୍ଟେସନର ଆଉଟପୋଷ୍ଟ ପ୍ରଭାରୀ ଶ୍ରୀନିବାସ ଏବଂ ମଧୁବନୀ ଷ୍ଟେସନରେ ଡ୍ୟୁଟିରେ ଥିବା ଆରପିଏଫ ମୁକେଶ ସିଂଙ୍କୁ ସସପେଣ୍ଡ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.