୨ ପାକିସ୍ତାନୀ ଆତଙ୍କବାଦୀ ସଫା, ଅମୃତସରର ଅଟାରି ସୀମା ନିକଟରେ ଅନୁପ୍ରବେଶବେଳେ ହତ୍ୟା କରିଛି ବିଏସଏଫ

ଅମୃତସର: ୨ ଆତଙ୍କବାଦୀ ସଫା। ଗତକାଲି ରାତିରେ ଅନୁପ୍ରବେଶ କରିବାକୁ ଚେଷ୍ଟାକରୁଥିବା ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରିଛି ବିଏସଏଫ। ଅମୃତସରର ଅଟାରି ସୀମା ନିକଟରେ ଗତକାଲି ରାତିରେ କୁହୁଡି ମଧ୍ୟରେ ଦୁଇ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ବିଏସଏଫ ପକ୍ଷରୁ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା।

ଚେତାବନୀ ପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ବିଏସଏଫ ଯବାନଙ୍କ ଗୁଳିରେ ଟଳିପଡିଛନ୍ତି ଦୁଇ ଆତଙ୍କବାଦୀ। ଆତଙ୍କବାଦୀଙ୍କ ପାଖରେ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଓ ଗୁଳି ବାରୁଦ ଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ବିଏସଏଫର ଅନ୍ୟ ଅଧିକାରୀମାନେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.