Below header

ପାକିସ୍ତାନରେ ଟ୍ରେନ ଓ ବସ୍‌ ଧକ୍କା : ୨୦ ମୃତ, ୬୦ ଗୁରୁତର ଆହତ

କରାଚୀ: ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ସିନ୍ଧ ପ୍ରଦେଶରେ ଏକ ଟ୍ରେନ୍ ଏବଂ ବସ୍ ମଧ୍ୟରେ ଦୁର୍ଘଟଣା ଘଟି ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସୁକୁର୍ ସହରର ରୋହ୍ର ରେଳ ଷ୍ଟେସନରେ ଏହି ଦୁର୍ଘଟଣାରେ ବସ୍‌ଟି ତିନି ଖଣ୍ଡ ହୋଇଯାଇଥିଲା।। ଟ୍ରେନଟି କରାଚୀରୁ ରାଓ୍ଵଲପିଣ୍ଡି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

paki

ଏକ ରେଲଓ୍ବେ କ୍ରସିଂରେ କୌଣସି ଗେଟ୍ ନଥିବାରୁ ଏହି ଦୁର୍ଘଟଣା ଘଟିଥିଲା । ବସରେ  ୨୦ ଜଣ ଯାତ୍ରୀ ରହିଥିବା ବେଳେ ବସଟି ଟ୍ରେନ୍ ଆଗରେ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲେ । ସମସ୍ତ ବସ୍ ଯାତ୍ରୀଙ୍କ ପ୍ରାଣହାନି ଘଟିଥିବା ବେଳେ ଟ୍ରେନ୍ର କିଛି ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଏକାଧିକଙ୍କ ଅବସ୍ଥା ଗୁରୁତର ରହିଛି । ପାକିସ୍ତାନ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରିପୋର୍ଟ ମୁତାବକ, ମାଲଗାଡି ଷ୍ଟେସନରେ ଲୁପ୍‌ଲାଇନରେ ରହିଥିବା ବେଳେ ପାସେଞ୍ଜର ଟ୍ରେନ ମେନଲାଇନରେ ଯିବା ପରିବର୍ତ୍ତେ ଭୁଲରେ ଅଲଗା ଟ୍ରାକରେ ଚାଲିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.