ସାବଧାନ! ୧୫ ଅଗଷ୍ଟ ଯାଏଁ ଏହି ଭଳି ସଙ୍ଗୀନ ରହିବ ଦେଶର ସ୍ଥିତି, ଜାଣନ୍ତୁ କାହିଁକି

ଦିଲ୍ଲୀରେ ଗତ କିଛି ଦିନ ଧରି ଚାଲିଥିବା ହିଂସା ତଥା ଦେଶରେ ସିଏଏ (ନାଗରିକତା ସଂଶୋଧନ ଆଇନ୍‌) ଆଦିକୁ ନେଇ ଚାଲିଥିବା ଆନ୍ଦୋଳନକୁ ନେଇ ସ୍ଥିତି ଗମ୍ଭୀର ରହିଛି। ଅନ୍ୟପଟେ ଜ୍ୟୋତିଷଙ୍କ ଆକଳନ ଅନୁସାରେ ଦେଶରେ ଏବେ ଗୋଷ୍ଠୀ କୈନ୍ଦ୍ରିକ ରାଜନୀତି ସମାପ୍ତ ହେବାକୁ ଯାଉଛି।

caa2

ଜ୍ୟୋତିଷଙ୍କ ଅନୁସାରେ ୨୦୧୯ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଧନୁ ରାଶିରେ ଉଭୟ ଶନି ଓ କେତୁ ଅବସ୍ଥାନ କରିଥିଲେ। ଦୀର୍ଘବର୍ଷ ପରେ ଶନି-କେତୁ ଏକାଠି ହୋଇଥିଲେ। ଶନି ଓ କେତୁ ଏକାଠି ହେଲେ କୌଣସି ନା କୌଣସି କାରଣବଶତଃ ଗୋଷ୍ଠୀ କୈନ୍ଦ୍ରିକ ରାଜନୀତି ପ୍ରଭାବଶାଳୀ ହୋଇଯାଆନ୍ତି।

prediction

ଜ୍ୟୋତିଷ କହିଛନ୍ତି ଯେ ଗୋଷ୍ଠୀ କୈନ୍ଦ୍ରିକ ରାଜନୀତି ଯୋଗୁ ଦେଶରେ ଲୋକମାନେ ରାଷ୍ଟ୍ରବାଦର ଭାବନାରେ ପ୍ରଭାବିତ ହୋଇ ବିଜେପିକୁ ଏକତରଫା ମତଦାନ କରିବେ। ପ୍ରତ୍ୟେକ ରାଜ୍ୟରେ ଭୋଟ୍‌ ମଧ୍ୟ ଏକତରଫା ହେବ। ଅନ୍ୟପଟେ ୨୪ ଜାନୁଆରୀ ୨୦୨୦ରେ ଯେତେବେଳେ ଶନି ରାଶି ପରିବର୍ତ୍ତନ କରି ମକର ରାଶିରେ ପ୍ରବେଶ କରିବେ ସେତେବେଳେ ଗୋଷ୍ଠୀ କୈନ୍ଦ୍ରିକ ରାଜନୀତି ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଯିବ।

caa

ତେବେ ଗତବର୍ଷ ଲୋକସଭା ନିର୍ବାଚନ ପରେ ଶନି ଓ କେତୁ ଡିଗ୍ରୀ ଅନୁସାରେ ଯେତେ ଯେତେ ପରସ୍ପର ଠାରୁ ଦୂରେଇ ଯାଉଥିଲେ ଗୋଷ୍ଠୀ କୈନ୍ଦ୍ରିକ ରାଜନୀତି ସେତିକି ଶେଷ ହୋଇଯାଇଥିଲା। ଜ୍ୟୋତିଷଙ୍କ କହିବାନୁସାରେ ଦେଶରେ ରାଜ୍ୟ ବିଧାନସଭା ନିର୍ବାଚନ ଆସିଲେ ଗୋଷ୍ଠୀ କୈନ୍ଦ୍ରିକ ରାଜନୀତିର ପ୍ରଭାବ କୌଣସି ପାର୍ଟି ଉପରେ ରହିବ ନାହିଁ। ତେବେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଦେଶରେ ଏଭଳି ସ୍ଥିତି ସମ୍ବେଦନଶୀଳ ରହିବ ବୋଲି ଜ୍ୟୋତିର୍ବିଦ୍‌ ମତବ୍ୟକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.