ଏହାଠୁ ଅଧିକ ଖରାପ ଆଉ କଣ ହୋଇପାରେ ? ୧୦୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରିଛି ୨୧ ବର୍ଷର ଯୁବକ

ଶାନ୍ତିପ୍ରିୟ ଦେଶ ଭାରତ । ଯେଉଁଠି ଜନ୍ମ ନେଇ ମହାତ୍ମାଗାନ୍ଧୀ ଓ ବିବେକାନନ୍ଦ ଭଳି ମହାପୁରୁଷ ସାରା ବିଶ୍ୱ ପାଇଁ ଶାନ୍ତିର ବାର୍ତ୍ତା ବାଣ୍ଟିଛନ୍ତି। ଯେଉଁଠି ନାରୀମାନଙ୍କୁ ଦେବୀ ରୂପରେ ସମ୍ମାନ ଦିଆଯାଇଥାଏ। ହେଲେ ଏବେ ଆମ ଦେଶରେ ନାରୀ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଦୁଷ୍କର୍ମ ଏବଂ ଯୌନ ଶୋଷଣ ଭଳି ଘଟଣା ଦିନକୁ ଦିନ ବଢିଚାଲିଛି । କଡା ଆଇନ୍ କାନୁନ୍ ଲାଗୁ ହେବା ପରେ ମଧ୍ୟ ଲୋକମାନେ ନିଜ ଯୌନଲାଳସା ମିଟାଇବା ପାଇଁ ୩ ମାସରୁ ଛୋଟ ଝିଅ ରୁ ଆରମ୍ଭ କରି ୧୦୦ ବର୍ଷୀୟା ବୃଦ୍ଧାଙ୍କୁ ନିଜ ଶିକାର କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଏହା ବହୁତ ଖରାପ, କିନ୍ତୁ ଏହା ସତ । ଠିକ୍ ଏମିତି ଏକ ଛାତିଥରା ମାମଲା ସମ୍ନାକୁ ଆସିଛି । ଯେଉଁଠି ଜଣେ ଯୁବକ ନିଜ ବୟସଠୁ ୫ ଗୁଣା ବଡ଼ ବୟସର ମହିଳାଙ୍କୁ କରିଛି ଦୁଷ୍କର୍ମ ।

rape ଖବର ଅନୁସାରେ ଏହି ଘଟଣା ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ପ୍ରସାଦପୁର ଗାଁର । ଯାହା କୋଲକାତାଠାରୁ ୬୫ କିଲୋମିଟର ଦୂର । ଏଠାରେ ଜଣେ ୨୧ ବର୍ଷୀୟ ଯୁବକକୁ ୧୦୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଗିରଫ କରିଛି । ଅଭିଯୁକ୍ତର ନାଁ ହେଉଛି ଅଭିଜିତ୍ ବିଶ୍ବାସ । ପଚରାଉଚରା କରିବା ପରେ ମଦ ନିଶାରେ ଏପରି କରିଥିବା ଦୋଷ ସ୍ବୀକାର କରିଛି ଅଭିଯୁକ୍ତ ଅଭିଜିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.