ଆହୁରୀ ବଢିବ ଭାରତୀୟ ବାୟୁସେନାର ଶକ୍ତି, ସାମିଲ ହେଲା ଆଉ ୩ଟି ଅତ୍ୟାଧୁନିକ ଫାଇଟର ଜେଟ୍‌ ରାଫେଲ

କେନ୍ୟୁଜ୍(ବ୍ୟୁରୋ):  ଆହୁରୀ ବଢିବ ଭାରତୀୟ ବାୟୁସେନାର ଶକ୍ତି । କିଛି ସମୟ ତଳେ ଭାରତରେ ପହଞ୍ଚିଛି ରାଫେଲର ଦ୍ୱିତୀୟ ବ୍ୟାଚ୍‌ । ଆଉ ୩ଟି ଅତ୍ୟାଧୁନିକ ଫାଇଟର ଜେଟ୍‌ ରାଫେଲ ସାମିଲ ହୋଇଛି । ଫ୍ରାନ୍ସରୁ ନନଷ୍ଟପ ଉଡାଣ ପରେ ରାତି ୮ଟା ୧୪ ମିନିଟରେ ଆମ୍ବଲା ଏାରବେସ୍‌ରେ ପହଞ୍ଚିଛି । ପୂର୍ବରୁ ସେପ୍ଟେମ୍ବର ୧୦ ତାରିଖରେ ଅମ୍ବାଲା ଏୟାର ବେସ୍‌ରେ ବାୟୁସେନାର ୧୭ ନମ୍ବର ସ୍କ୍ଵାଡ୍ରନ୍‌ ‘ଗୋଲ୍‌ଡେନ୍‌ ଆରୋରେ ୫ଟି ରାଫେଲ ସାମିଲ ହୋଇଥିଲା ।

ରାଫେଲ ସାମିଲ ହେବା ପରେ ଭାରତୀୟ ବାୟୁସେନାର ଶକ୍ତି ଦ୍ୱିଗୁଣ ହେବ । ଏୟାର ଫୋର୍ସରେ ସାମିଲ ହେବା ପରେ ଏଲଏସିରେ ଉଡ଼ିପାରେ ରାଫେଲ । ଚୀନ ସହ ସୀମା ବିବାଦ ବଢୁଥିବା ବେଳେ ଲଦାଖ ସେକ୍ଟରରେ ରାଫେଲ ମୁତୟନ ପାଇଁ ଯୋଜନା ରଖିଛି ଭାରତୀୟ ବାୟୁସେନା। ଫ୍ରାନ୍‌ସ ସହ ୩୬ ଟି ରାଫେଲ ପାଇଁ ଚୁକ୍ତି ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ ଗତ ଜୁଲାଇ ୨୯ ତାରିଖରେ ପହଞ୍ଚିଥିଲା । ଆସନ୍ତା ବର୍ଷ ମଧ୍ୟରେ ସମସ୍ତ ୩୬ଟି ରାଫେଲ ମିଳିବା ଆଶା ରହିଛି । ଏଥିପାଇଁ ୫୯ ହଜାର କୋଟିର ଡିଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.