ପୁଲଓ୍ଵାମା : ସୁରକ୍ଷାବଳଙ୍କ ଗୁଳିରେ ୩ ଆତଙ୍କବାଦୀ ମୃତ

ପୁଲଓ୍ଵାମା : ଜମ୍ମୁ କଶ୍ମୀର ପୁଲଓ୍ଵାମା ଠାରେ ବୁଧବାର ଭୋରରୁ ସୁରକ୍ଷାବଳଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ଆର୍ନିଆ ସେକ୍ଟରରେ ଲାଲ ଲାଇଟ ଦପ ଦପ ହେବାର ସୁରକ୍ଷା ବଳମାନେ ଦେଖିବାକୁ ପାଇଥିଲେ ।

ଫଳରେ ସୁରକ୍ଷା ବଳମାନେ ଉକ୍ତ ଲାଇଟକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ । ତେବେ ପ୍ରାରମ୍ଭିକ ସର୍ଚ୍ଚରେ ସୁରକ୍ଷା ବଳ ସେଠାରେ କିଛି ଦେଖିବାକୁ ପାଇନଥିଲେ ।

ପରେ ସେଠାରେ ଦୁଇଜଣ ଆତଙ୍କବାଦୀ ମରିପଡ଼ିଥିବା କଶ୍ମୀର ଜୋନ୍‌ ପୋଲିସ ଖବର ଦେଇଥିଲେ । ମୃତ ୩ ଜଣ ଆତଙ୍କବାଦୀମାନଙ୍କ ମଧ୍ୟରେ ଲେପ୍‌ଟାଣ୍ଟ କମାଣ୍ଡର ଅଇଜାଜ୍‌ ବା ଅବୁ ହୁରିଆର ଓ ତା’ର ଅନ୍ୟ ଦୁଇଜଣ ସାଥି ଥିବା କଶ୍ମୀର ଆଇଜିପି ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.