Below header

ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୩ ବିରୋଧୀ ସାଂସଦ ଲୋକସଭାରୁ ନିଲମ୍ବିତ

ସଂସଦର ସୁରକ୍ଷା ଭଙ୍ଗ ମାମଲାରେ ସୋମବାର ମଧ୍ୟ ବିରୋଧୀ ଦଳ ନିଜର ଦାବିକୁ ନେଇ ଅଡି ବସିଥିଲେ। ଏହାକୁ ନେଇ ଲୋକସଭା ଏବଂ ରାଜ୍ୟସଭାରେ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ହୋଇଥିଲା। ଗୃହରେ ହଟ୍ଟଗୋଳ ପାଇଁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୩ ଜଣ ବିରୋଧୀ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରି ଦେଇଛନ୍ତି।

ଅଧୀର ରଞ୍ଜନ ଚୌଧୁରୀଙ୍କ ସହ ଅପୂର୍ବା ପୋଦ୍ଦାର, ପ୍ରସୂନ ବାନାର୍ଜା, ମହମ୍ମଦ ବସିର, କେ. ସୁରେଶ, ତୃଣମୂଳ କଂଗ୍ରେସର କଲ୍ୟାଣ ବାନାର୍ଜୀ, ସୌଗତ ରାୟ, ପ୍ରତିମା ମଣ୍ଡଳ, ଡିଏମ୍‌କେର ଏ. ରାଜା, ଆର୍‌ଏସ୍‌ପିର ଏନ୍‌.କେ. ପ୍ରେମଚନ୍ଦ୍ରନଙ୍କ ସମେତ ଅନେକ ସଦସ୍ୟ ଚଳିତ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ସାଂସଦଙ୍କ ନାମ ସଂସର ବିଶେଷ ଅଧିକାର ସମିତିକୁ ପଠାଯାଇଛି।

ଏହାପୂର୍ବରୁ ବିରୋଧୀ ଦଳର ୧୪ ଜଣ ସାଂସଦଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହିଭଳି ଭାବେ ଦେଖାଗଲେ, ଚଳିତ ଶୀତ ଅଧିବେଶନରୁ ବିରୋଧୀଙ୍କର ଏ ପର୍ଯ୍ୟନ୍ତ ୪୭ ସାଂସଦ ସସ୍‌ପେଣ୍ଡ ହୋଇଛନ୍ତି।

କହି ରଖୁଛୁ, ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ବିରୋଧୀ ଦଳ ଲଗାତାର ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବି କରି ଆସୁଛନ୍ତି। ଗୃହରେ ଅଧୀର ରଞ୍ଜନ କହିଥିଲେ କି, ଯେଉଁ ବୟାନ କେନ୍ଦ୍ର ଗୃହମନ୍ତ୍ରୀ ଟିିଭିରେ ଦେଉଛନ୍ତି, ତାହା ଗୃହରେ ଦିଅନ୍ତୁ ବୋଲି ଆମେ ଚାହୁଁଛୁ। ଏହା ବ୍ୟତୀତ ଦେଶ ଏବଂ ଆମକୁ କୁହନ୍ତୁ ଯେ ସରକାର ଆଗକୁ ଗୃହର ସୁରକ୍ଷା ପାଇଁ କ’ଣ ପଦକ୍ଷେପ ନେବେ?

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.