Below header

ପଞ୍ଜାବରେ ଜଳିଗଲା ସ୍କୁଲ ଭ୍ୟାନ, ଜୀବନ୍ତ ଦଗ୍ଧ ହୋଇଗଲେ ୪ କୋମଳମତୀ ଶିଶୁ

ପଞ୍ଜାବ: ସ୍କୁଲର ନବା ଆଣିବା କରୁଥିବା ମାରୁତି ଭ୍ୟାନରେ ଲାଗିଲା ନିଆଁ। ଘଟଣା ସ୍ଥଳରେ ଜଳିଗଲେ ୪ କୋମଳମତୀ ଶିଶୁ। ଏଭଳି ଛାତିଥରା ଘଟଣା ଘଟିଛି ପଞ୍ଜାବର ସଙ୍ଗରୁର ଜିଲ୍ଲାର କସ୍ବା ଲୌଙ୍ଗେବାଲର ଅଞ୍ଚଳରେ। ଏହି ଘଟଣା ପରେ ସ୍ତବ୍ଧ ହୋଇଯାଇଛି ପୁରା ଅଞ୍ଚଳ। ମୃତ୍ୟୁ ବରଣ କରିଥିବା ସମସ୍ତ ଛାତ୍ରଙ୍କ ଅଭିଭାବକଙ୍କ ବୁକୁଫଟା କାନ୍ଦରେ ଫାଟି ପଡିଥିଲା ସମଗ୍ର ପରିବେଶ।

ମିଳିଥିବା ସୂଚନା ମୁତାବକ ଶନିବାର ଦ୍ବିପ୍ରହରେ ସ୍କୁଲରୁ ୧୨ ଜଣ ଛୁଆଙ୍କୁ ଧରି ଘରକୁ ଛାଡିବାକୁ ଆସିଥିଲା ସ୍କୁଲର ଏକ ମାରୁତି ଭ୍ୟାନ। ଅଧାବାଟରେ ଗାଡିଟିର ଅଚାନକ ନିଆଁ ଲାଗିଯିବାରୁ ଗାଡି ଭିତରେ ଥିବା ଛୁଆମାନେ ଚିତ୍କାର କରିବାକୁ ଲାଗିଲେ। ପିଲାମାନଙ୍କର ଚିତ୍କାର ଶୁଣି ନିକଟରେ ଥିବା ଲୋକମାନେ ଶିଶୁ ମାନଙ୍କୁ ଉଦ୍ଧାର କରିବାକୁ ଲାଗିଲେ। କିନ୍ତୁ ଚାହୁଁ ଚାହୁଁ  ନିଆଁର ପ୍ରକୋପ ଏତେ ମାତ୍ରାରେ ବଢି ଯାଇଥିଲା ଯେ ୧୨ ଜଣ ଶିଶୁଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରିପାରିଲେ ନାହିଁ ସ୍ଥାନୀୟ ବାସିନ୍ଦା। ଯାହା ଫଳରେ ଆଖିଆଗରେ ୪ଟି କୋମଳ ଶିଶୁର ଜୀବନ ନିଆଁର ଆଁରେ ଜଳି ପୋଡି ଶେଷ ହୋଇଯାଇଥିଲା। ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରୁଥିଲେ। ଯାହା ଫଳରେ ସେମାନଙ୍କ ଜୀବନ ରାକ୍ଷା ହୋଇଯାଇଛି। ଶିଶୁ ମାନଙ୍କ ବୟସ ପାଖାପାଖି ୪ରୁ ୫ ବର୍ଷ ମଧ୍ୟରେ ହେବ ବୋଲି ଜଣା ପଡିଛି ।

ସେପଟେ ଏହି ଘଟଣାକୁ ନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦୁଃଖ ପ୍ରକାଶ କରି ମୃତ ଶିଶୁଙ୍କ ପରିବାରକୁ ସମବେଦନା  ଜ୍ଞାପନ କରିଛନ୍ତି। ସେ କହିଛନ୍ତି କିଭଳି ଓ କେଉଁ କାରଣରୁ ଗାଡିରେ ନିଆଁ ଲାଗିଲା ତାହାର ମାଜିଷ୍ଟ୍ରେଟ ସ୍ଥରୀୟ ତଦନ୍ତ କରାଯାଇ ଯିଏ ଏଥିରେ ଦୋଷୀ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.