Below header

ଝୁଲନ୍ତା ଅବସ୍ଥାରେ ଆପାର୍ଟମେଣ୍ଟ୍‌ରୁ ମିଳିଲା ୬ ଶବ, ବୁଲିଯିବାକୁ କହି ବାହାରିଥିଲେ ଘରୁ

ଅହମ୍ମଦାବାଦ : ବେଳେ ବେଳେ ଆଖି ସାମ୍‌ନାକୁ ଏପରି ଘଟଣା ଆସିଯାଏ ଯାହାକୁ ଶୁଣିବାର ଧୈର୍ଯ୍ୟ ବି ନଥାଏ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗୁଜୁରାଟ ଅହମ୍ମଦାବାଦର ଭାଟ୍‌ଓ୍ଵା ଅଞ୍ଚଳରେ । ଆପାର୍ଟମେଣ୍ଟର ଗୋଟିଏ ବଖରାରୁ ମିଳିଛି ୬ ଜଣଙ୍କ ଶବ ।

ତାହା ପୁଣି ଗୋଟିଏ ପରିବାରର । ପରିବାରର ଏହି ସଦସ୍ୟମାନେ ଘରୁ ବୁଲି ବାହାରିଥିଲେ ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ, ଦୁଇ ଭାଇ ଗୈାରାଙ୍ଗ ପଟେଲ୍‌(୪୦) ଓ ଅମରିଶ ପଟେଲ(୪୨) ସେଠାକାର କପଡା ଦୋକାନାରେ କାମ କରନ୍ତି ।

gujurat-1

ଜୁନ୍‌ ୧୭ରେ ନିଜର ପିଲାଙ୍କ ବାହାରକୁ ବୁଲାଇ ନେବାକୁ କହି ଏକ କାର ନେଇ ବାହାରକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ବିତିଥିଲେ ମଧ୍ୟ ସେମାନେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ଫୋନ୍‌ ଲଗାଇଲେ ମଧ୍ୟ ଫୋନ୍‌ ନ ଉଠିବାରୁ ଖୋଜା ଖୋଜି ଆରମ୍ଭ କରିଥିଲେ ।

ଫଳରେ ସହରରେ ଥିବା ତାଙ୍କର ଅନ୍ୟ ଏକ ଆପାର୍ଟମେଣ୍ଟ୍‌କୁ ଖୋଜିବାକୁ ଯାଇଥିଲେ । ସେଠାରେ ଘର ଭିତରୁ ବନ୍ଦ ଥିବାରୁ କିଛି ଅଘଟଣ ଆଶଙ୍କା କରି ପୋଲିସକୁ ଡକାଇଥିଲେ । ପୋଲିସ ପହଞ୍ଚି ଘର କବାଟ ଭାଙ୍ଗି ଯାହା ଦେଖିଲା ସମସ୍ତଙ୍କ ହୋସ୍‌ ଉଡିଯାଇଥିଲା ।

ଘର ଭିତରେ ଦୁଇ ଭାଇଙ୍କ ମୃତ ଦେହ ଝୁଲୁଥିବା ବେଳେ ପାଖରେ ୪ ସନ୍ତାନ ମୟୁର(୧୨), କୀର୍ତ୍ତୀ(୭), ଧ୍ରୁବ(୧୨) ଓ ସାନିଭ(୭)ଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୋଲିସ୍‌ ମୃତ ଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.