Below header

ଅଫିସ ଛାତରୁ ହଠାତ୍ ଗଳିଲା ୫ ଫୁଟ ଅଜଗର, ଆଉ ତାପରେ କଣ ହେଲା….

ଚାଇନା : ନିକଟରେ ଚାଇନାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଶୁଣିବା ମାତ୍ରେ ଆପଣ ବିଶ୍ବାସ କରିପାରିବେ ନାହିଁ। ଚାଇନାରେ ଏକ ଷ୍ଟାଫ୍ ମିଟିଂ ଚାଲିଥିବା ବେଳେ ହଠାତ୍ ପଙ୍ଖା ଉପରୁ ୫ଫୁଟ ଲମ୍ବାର ଅଜଗର ଖସି ପଡ଼ିଥିଲା। ଦକ୍ଷିଣ ଚାଇନାର ଏକ ବ୍ୟାଙ୍କରେ ଅଫିସିଆଲ ମିଟିଂ ଚାଲିଥିବା ବେଳେ ହାଠତ୍ ସେହି କୋଠରୀରେ ଥିବା ପଙ୍ଖା ଉପରୁ ଏକ ବଡ଼ ଅଜଗର ଖସିଥିଲା। ଯାହାକୁ ଦେଖି ଲୋକ ଡରି ଏପଟସେପଟ ଦୌଡ଼ିବା ଆରମ୍ଭ କରିଥିଲେ। କାହା ମୁଣ୍ଡରେ କିଛି ଆସିଲାନି କଣ କରିବେ।

ମିଡ଼ିଆ ରିପୋର୍ଟ ମୁତାବକ, ଘଟଣାଟି ଗତ ଶୁକ୍ରବାର ଦିନ ନାନିଂ ସିଟିର ଇଣ୍ଡଷ୍ଟ୍ରୀ ଏବଂ କମରସିଆଲ ବ୍ୟଙ୍କର ଏକ ମିଟିଂ ସମୟରେ ଘଟିଥିଲା। ଏହି ଘଟଣାଟିର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହି ଭିଡ଼ିଓକୁ ବର୍ତ୍ତମାନ ପର୍ଯ୍ଯନ୍ତ ଲକ୍ଷଧିକ ଲୋକ ଦେଖିସାରିଛନ୍ତି। ତେବେ ଅଜଗରକୁ ଦେଖି ତୁରନ୍ତ ୱାଇଲ୍ଡଲାଇଫକୁ ଡ଼କାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.