ମୁମ୍ବାଇ ଏୟାରପୋର୍ଟରୁ ଆଜି ଠାରୁ ରଦ୍ଦ ହେବ ୫ହଜାର ଉଡାଣ , ଜାଣନ୍ତୁ କଣ ରହିଛି କାରଣ

ଯଦି ଆପଣ ବିମାନ ଦ୍ବାରା ମୁମ୍ବାଇରୁ ବାହାରକୁ କିମ୍ବା କେଉଁଠାରୁ ମୁମ୍ବାଇକୁ ଆସିବାର ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।  କାହିଁକି ନା ରନୱେ କାମ ଚାଲିଥିବାରୁ ମାର୍ଚ୍ଚ ପର‌୍ୟ୍ୟନ୍ତ ପାଖାପାଖି ୫ହଜାର ଉଡାଣ ରଦ୍ଦ ହେବ । କହିବାକୁ ଗଲେ ସପ୍ତାହରେ ତିନି ଦିନ ମୁମ୍ବାଇ ଏୟାରପୋର୍ଟର ରନୱେ ବନ୍ଦ ରହିବ । ଯାହା କାରଣରୁ ଏୟାରପୋର୍ଟ ଅଥୋରିଟି ଫ୍ଳାଇଟସ୍ ମାନଙ୍କର ଉଡାଣ ସୀମିତ କରିଦେଇଛନ୍ତି, ଫଳରେ ବିମାନ କମ୍ପାନୀ ଗୁଡିକ ଭଡାରେ ମଧ୍ୟ ୨୫-୩୦ପ୍ରତିଶତ ବଢାଯାଇଛି ।

mumbai airportସୂଚନା ମୁତାବକ ଏହି ମରାମତି କାମ ୩୦ ମାର୍ଚ୍ଚ ପର‌୍ୟ୍ୟନ୍ତ ଚାଲିବ । ଯାହାଫଳରେ ମଙ୍ଗଳବାର, ଗୁରୁବାର, ଏବଂ ଶନିବାର ଦିନ ରନୱେ ବନ୍ଦ ରହିବ । ଏହି ଦିନ ମାନଙ୍କରେ ସକାଳ ୧୧ଟା ରୁ ସନ୍ଧ୍ୟା ୫ ପର‌୍ୟ୍ୟନ୍ତ ରନୱେ ବନ୍ଦ ରହିବ । ମରାମତି କାମ ଆଜି ଅର୍ଥାତ୍ ୭ ଫେବୃଆରୀ ଠାରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚ ପର‌୍ୟ୍ୟନ୍ତ ଚାଲିବ ।

airportଏହାମାନେ ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ପର‌୍ୟ୍ୟନ୍ତ ବିମାନ ଗୁଡିକର ଗମନାଗମନ ବନ୍ଦ ରହିବ । ଏହା ଭିତରେ ପାଖାପାଖି ୫ହଜାର ଉଡାଣ ରଦ୍ଦ କରାଯିବ । ଏଠାରେ କହି ରଖିବାକୁ ଚାହୁଁଛୁ ଯେ ପ୍ରତି ୭ବର୍ଷରେ ରନୱେର ମରାମତି କାର‌୍ୟ୍ୟ କରାଯାଇଥାଏ । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟ ଭାରତର ଏକ ନାମୀଦାମୀ ଏୟାରପୋର୍ଟ ଅଟେ ।

ଏଠାରୁ ଜାଣନ୍ତୁ ପୁରା ସିଡୁଲ୍ :

– କେବଳ ୨୧ ମାର୍ଚ୍ଚ, ଗୁରୁବାର ପୁରା ଦିନ ଏୟାରପୋର୍ଟ ଖୋଲା ରହିବାର ସମ୍ଭାବନା ରହିଛି ।

-୭ ଫେବୃଆରୀ ଠାରୁ ୩୦ ମାର୍ଚ୍ଚ ପର‌୍ୟ୍ୟନ୍ତ ରନୱେର ମରାମତି ଚାଲିବ ।

-ସପ୍ତାହକୁ ତିନି ଦିନ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ହେବ ମରାମତି ।

-ସପ୍ତାହର ତିନି ଦିନ ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ପର‌୍ୟ୍ୟନ୍ତ ରନୱେ ବନ୍ଦ ରହିବ ।

-ଏହି ତିନି ଦିନ ମାନେ ସପ୍ତାହରେ ପାଖାପାଖି ୨୩୦ ଉଡାଣ ରଦ୍ଦ ହେବ ।

-୭ ଫେବୃଆରୀ ରୁ ୩୦ ମାର୍ଚ୍ଚ ପର‌୍ୟ୍ୟନ୍ତ ୫୦୦୦ ଉଡାଣ ରଦ୍ଦ ହେବ ।

mumbai-airport1-କମ୍ ଉଡାଣ ହେବା ଦ୍ବାରା ବିମାନର ଭଡା ୨୫ରୁ ୩୦ ପ୍ରତିଶତ ବଢାଯିବ ।

-ଏୟାରଲାଇନ୍ସ ନିଜର ଉଡାଣକୁ ରିସିଡୁଲ କରିଛନ୍ତି, ଯେଉଁଥିରେ ସେମାନଙ୍କର ପ୍ରସ୍ଥାନ କରିବା ମଧ୍ଯ ସାମିଲ ଅଛି ।

-ଏହି କାରଣରୁ ଅନ୍ତରାଷ୍ଟ୍ରୀୟ ଉଡାଣର ଟେକଅଫ୍ ଏବଂ ଲ୍ୟାଣ୍ଡିଙ୍ଗକୁ ପ୍ରାଥମିକତା ଦିଆଯିବ । ଏହା ମାନେ ଘରୋଇ ଉଡାଣରେ

ଡେରି ହୋଇପାରେ ।

-ଅଧିକାଂଶ ଘରୋଇ ଉଡାଣ ଯାହା ପ୍ରଭାବିତ ହୋଇପାରେ ସେମାନଙ୍କ ସୂଚୀ ମଧ୍ୟ କରାଯାଇଛି ।

– ଫେବୃଆରୀରେ ବାଂଗାଲୁରୁର କେଂପେଗୋଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ମଧ୍ୟ ୧୧ ଦିନ ପର‌୍ୟ୍ୟନ୍ତ କିଛି ଘଣ୍ଟା ବନ୍ଦ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.