ବହିଷ୍କୃତ ହେଲେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ୫୨ ଜଣ କର୍ମଚାରୀ

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ୫୨ଜଣ କର୍ମଚାରୀଙ୍କୁ ବହିଷ୍କୃତ କରାଯାଇଛି । ନକଲି ଡିଗ୍ରୀ ସାହାଯ୍ୟରେ ଚାକିରୀ ପାଇଥିବା ଜଣାପଡିବା ପରେ ୫୩ଜଣଙ୍କୁ ବହିଷ୍କାର କରାଯାଇଥିବା ନେଇ ରିପୋର୍ଟ ଆସିଛି | ଏହି ନକଲି ଅଧିକାରୀ ମାନେ କିପରି ନକଲି ଡିଗ୍ରୀ ପ୍ରାପ୍ତ କରି ଏୟାରଲାଇନ୍ସ ପରି ଗୁରୁତର ପଦବୀରେ ରହିଲେ ସେ ନେଇ ସ୍ପଷ୍ଟୀକରଣ ଆସିନାହିଁ |

ଅନ୍ୟପକ୍ଷରେ ଚୀନ୍‌ର ସମର୍ଥନ କରି ନିଜ ଦେଶରେ ହିଁ ଆଲୋଚନା ଶୀକାର ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ବୈଦେଶିକ ବିଭାଗ କହିଛି, ଯଦି ପାକିସ୍ତାନ ଚୀନ୍‌କୁ ନିଜ ସମର୍ଥନ ଜାରି ରଖେ, ତେବେ ଭବିଷ୍ୟତରେ ବିଶ୍ୱ ସ୍ତରରେ ଏକଘରିଆ ହୋଇ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.