ଉତ୍ତରପ୍ରଦେଶ ହାଥରସରେ ମର୍ମନ୍ତୁଦ ଦୁର୍ଘଟଣା: ୬ କାଉଡିଆଙ୍କ ଉପରେ ମାଡ଼ିଗଲା ଡମ୍ପର

ଉତ୍ତରପ୍ରଦେଶ : ୬ ଜଣ କାଉଡିଆଙ୍କ ଉପରେ ମାଡ଼ିଗଲା ଡମ୍ପର। ଉତ୍ତରପ୍ରଦେଶ ହାଥରସଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହରିଦ୍ୱାରରୁ ଗଙ୍ଗାଜଳ ନେଇ ଗ୍ଵାଲିୟର ଅଭିମୁଖେ ଯାଉଥିଲେ। ଏହି ସମୟରେ ଦ୍ରୁତ ବେଗରେ ଆସୁଥିବା ଏକ ଡମ୍ପର ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା।

ପୋଲିସ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଗ୍ରା ସ୍ଥାନାନ୍ତର କରିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆହତ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.