Below header

ଚାଓମିନ୍‌ ଖାଇ ଗୋଟିଏ ପରିବାରର ୬ ଗୁରୁତର, ମେଡିକାଲରେ ଭର୍ତ୍ତି

ଚାଇନା ଭାଇରସ୍‌ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିବା ବେଳେ ଚାଇନାର ଖାଦ୍ୟ ମଧ୍ୟ ଏବେ ଲୋକଙ୍କ ଜୀବନ ନେବାକୁ ବସିଛି। ଚୀନୀ ଫୁଡ୍‌ ଚାଓମିନ୍‌ ଖାଇ ଗୋଟିଏ ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ଉତ୍ତର ପ୍ରଦେଶର ଗୋଣ୍ଡାର ପରସପୁର ନିକଟସ୍ଥ ଅକୋହରୀ ଗାଁରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଷାକ୍ତ ଚାଓମିନ୍‌ ଖାଇ ଗାଁର ଗୋଟିଏ ପରିବାରର ୬ ଜଣ ରୋଗାଗ୍ରସ୍ତ ହୋଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନାନୁସାରେ ଅକୋହରୀ ଗାଁର ଗୁଲାବପୁରବା ବାସିନ୍ଦା ସଫି ସନ୍ଧ୍ୟାରେ ପରିବାର ସହ ପଞ୍ଜାବ ଯାଇଥାନ୍ତେ। ଏଣୁ ସେ ବଜାରରୁ ନୁଡ୍‌ଲ ପ୍ୟାକେଟ୍‌ କିଣି ଆଣି ଘରେ ତିଆରି କରିଥିଲେ। ପରିବାର ବର୍ଗ ଏହି ଚାଓମିନ୍‌ ଖାଇ ପଞ୍ଜାବ ଯିବାକୁ ବାହାରିବା ବେଳେ ହଠାତ୍‌ ସମସ୍ତଙ୍କ ଦେହ ଖରାପ ହୋଇଗଲା। ପରିବାରର ସମସ୍ତ ସଦସ୍ୟଙ୍କୁ ଝାଡ଼ା ଓ ବାନ୍ତି ହେବାକୁ ଲାଗିଲା। ଗୁରୁତର ଅବସ୍ଥାରେ ପାଖ ପଡ଼ୋଶୀ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ।

ମାତ୍ର ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଗୁରୁତର ରୋଗୀଙ୍କ ମଧ୍ୟରେ ସଫି, ରେହାନ, ସଲମାନ୍‌, ଆଶିଆ, ଆସମାନ୍‌ ଓ ଅଲତାବ୍‌ ଅଛନ୍ତି। ଫରେନ୍‌ସିକ୍‌ ଟିମ୍‌ ପହଞ୍ଚି ନୁଡଲ୍ସର ନମୁନାକୁ ପରୀକ୍ଷଣ ପାଇଁ ନେଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.